Odiapua.com

କଟକ ଜଗତପୁରରେ ଭୟଙ୍କର ଦୁର୍ଘଟଣା : ବାଇକ୍‌ ଓ କାର୍‌ ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରକ୍‌; ଜଣେ ମୃତ, ୬ ଜଣ ଗୁରୁତର

କଟକ: ୧୦/୧୨ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁରର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଭୟଙ୍କର ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇଟି ବାଇକ ଓ ୫ଟି କାର ଉପରେ ଦ୍ରୁତଗାମୀ ଟ୍ରକ୍‌ ମାଡି ଯିବାରୁ ଏହି ଦୁର୍ଘଟଣା ଘଟିଛି। ସନ୍ଧ୍ୟା ବେଳେ ଏଭଳି ଦୁର୍ଘଟଣା ଯୋଗୁ ସାଲେପୁର କଟକ ରାସ୍ତାରେ ଯାତାୟାତ ଘୋର ବାଧାପ୍ରାପ୍ତ ହୋଇଥିଲା. ପୋଲିସ ପରିସ୍ଥିତି ନିୟନ୍ତ୍ରଣ କରିଛି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି। ଗୁରୁତରଙ୍କୁ କଟକ ଏସ ସି ବି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଏହି ରାସ୍ତାରେ ଶହ ଶହ ଲୋକେ ଯାଉଥିବା ବେଳେ ସାଲେପୁର ପାର୍ଶ୍ବରୁ କଟକ ଆଡକୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକଟି ଜଗତପୁର ଖଇରା ପୋଲ ନିକଟରେ ଲୋକଙ୍କ ଉପରକୁ ମାଡ଼ି ଚାଲିଥିଲା। ଫଳରେ ଅନେକ ଲୋକ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।