Odiapua.com

କଟକ କଲେକ୍ଟୋରେଟ ଷ୍ଟାଫ କମିଟି ଆନୁକୁଲ୍ୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଟକ, ୨୧/୬ (ଓଡ଼ିଆ ପୁଅ /ଅଭୟ ଜେନା) ଯୋଗ ହିଁ ସୁସ୍ଥ ଶରୀର, ମନ ଓ ଆତ୍ମା କୁ ପ୍ରସ୍ତୁତ କରି ପରମାତ୍ମାଙ୍କ ସହ ସଂଯୋଗ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀପୂର୍ଣ୍ଣଚନ୍ଦ୍ର ମିଶ୍ର ମତବ୍ୟକ୍ତ କରିଛନ୍ତି। ୨୦୧୪ ମସିହାରେ ଆନ୍ତର୍ଜାତୀୟ ସଂଘରାଷ୍ଟ୍ର ସାଧାରଣ ପରିଷଦ ଦ୍ବାରା ପାରିତ ହୋଇଥିବା ଆନ୍ତର୍ଜାତୀୟ ଯୋଗ ଦିବସକୁ ବିଧବଦ୍ଧ ଭାବେ ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୫ ମସିହା ଜୁନ ୨୧ତାରିଖରୁ ସାରାବିଶ୍ବରେ ପାଳିତ ହୋଇ ଆସୁଅଛି। ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତିରେ ଯୋଗ ଏକ ସେତୁ ଭଳି କାର୍ଯ୍ୟ କରିଥାଏ। ବର୍ତ୍ତମାନ ବିଶ୍ବ ବିଏ ଶତାବ୍ଦୀରେ ପଦାର୍ପଣ କରିଥିବା ବେଳେ ଆଧୁନିକ ସଭ୍ୟତା ଓ ପରିବେଶ ସନ୍ତୁଳନରେ ଅନେକାଂଶରେ ସାମଞ୍ଜସ୍ୟ ନରହିବାରୁ ମନୁଷ୍ୟ ଜୀବନ ବିକାର ଗ୍ରସ୍ତ ହେଉଛି। ଏଣୁ ମନୁଷ୍ୟକୁ ତାହାର ଶରୀର, ମନ, ଓ ଆତ୍ମାକୁ ପବିତ୍ର କରି ପରମାତ୍ମାଙ୍କ ସହ ଯୋଗାଭ୍ୟାସ ଦ୍ବାରା ସଂଯୋଗ କରି ତାର ଜୀବନକୁ ସାର୍ଥକତା ଆସିଥାଏ ବୋଲି ଆଜି ଅପରାହ୍ନରେ କଟକ କଲେକ୍ଟୋରେଟ ଷ୍ଟାଫ କମିଟି ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୨ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଦିବସକୁ ଉଦଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। କର୍ମମୟ ଜୀବନରେ ସୁସ୍ଥ ଓ ନିରାମୟ ଜୀବନଜାପନ ବିତାଇବା ପାଇଁ ପ୍ରତ୍ୟେକ କର୍ମଚାରୀ ପ୍ରତିଦିନ କିଛି ସମୟ ଯୋଗ ଅଭ୍ୟାସ କରିବା ଉଚିତ ବୋଲି ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲା କାର୍ଯ୍ୟାଳୟର ଜାତୀୟ ସୂଚନା ବିଜ୍ଞାନକେନ୍ଦ୍ର ( NIC) ବୈଜ୍ଞାନିକ ଏବଂ ପ୍ରମୁଖ ଯୋଗ ଶିକ୍ଷୟତ୍ରୀ ଇତିଶ୍ରୀ ନନ୍ଦ ଯୋଗଦେଇ କହିଲେ ଯେ, ଯୋଗ ହେଉଛି ଆତ୍ମା ସହିତ ପରମାତ୍ମାଙ୍କ ମିଳନ। ବିଭିନ୍ନ ବ୍ୟାୟାମ, ପ୍ରାଣାୟମ ଏବଂ ଯୋଗମୁଦ୍ରା ଓ ନିଦ୍ରା ମାଧ୍ୟମରେ ମନକୁ ପରମାତ୍ମାଙ୍କ ସହ ସଂଯୋଗ କରି ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତି ଓ ହାଲକା ମିଳିଥାଏ। ଏହି ଅବସରରେ ବୈଜ୍ଞାନିକ ଇତିଶ୍ରୀ ନନ୍ଦ ” ଔ ” ରୁ ମନୁଯୋଗ ଆରମ୍ଭ କରି ସମୂହ ମନ୍ତଯୋଗ, ତାରାଶନ, ତ୍ରିକୋଣାଶନ, ଆଣ୍ଠୁସଂଚାଳନ, ସ୍କନ୍ଧ ସଂଚାଳନ, କାଡାସନ, ସେତୁବନ୍ଧ ଆସନ, ଉତ୍ଥାନ ପାଦାସନ, ଅର୍ଦ୍ଧପାଦାସନ, କପାଳଭାରତି ପ୍ରାଣାୟମ, ପ୍ରାଣଶୁଦ୍ଧି ପ୍ରାଣାୟମ ଆଦି ବିଭିନ୍ନ ପ୍ରକାରର ଯୋଗାଶନ ଶିଖାଇ କର୍ମଚାରୀମାନେ ଦୈନଦିନ ଜୀବନରେ ପାଳନ କଲେ ରୋଗମୁକ୍ତ ଶରୀର ସହ ମନ, ଚିନ୍ତା, ଚେତନାରେ ଈଶ୍ବରଙ୍କ ସହ ଯୋଡିହୋଇ ଆରୋଗ୍ୟ ଜୀବନଜାପନ ବିତାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବୈଜ୍ଞାନିକ ଶ୍ରୀମତୀ ନନ୍ଦ ଏବଂ ମୁଖ୍ୟଅତିଥୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୂର୍ବଚନ୍ଦ୍ର ମିଶ୍ର ଙ୍କୁ କଲେକ୍ଟୋରେଟ ଷ୍ଟାଫକମିଟି ପକ୍ଷରୁ ଯୋଗ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଆଜିର ଏହି ଆନ୍ତର୍ଜାତୀୟ ଯୋଗଦିବସ ପାଳନରେ ଜିଲ୍ଲା କାର୍ଯ୍ୟାଳୟର ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଏନ.ଏନ ରାଜଲକ୍ଷ୍ମୀ ଓଝା, ଡେପୁଟୀ କଲେକ୍ଟର ନ୍ୟାୟିକ ସୁଶ୍ରୀ ପ୍ରିୟଦର୍ଶିନୀ ଜେନା, ଅତିରିକ୍ତ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ଶଶାଙ୍କ ଶେଖର ପଣ୍ଡା, କଲେକ୍ଟୋରେଟ ଷ୍ଟାଫ କମିଟି ସାଧାରଣ ସମ୍ପାଦକ ଶ୍ରୀ ବିଭୁତି ଭୂଷଣ ମିଶ୍ର, ସମ୍ପାଦକ କ୍ଷେତ୍ର କର୍ମଚାରୀ ଶ୍ରୀ ରଞ୍ଜନ କୁମାର ସ୍ୱାଇଁ, ସମ୍ପାଦକ ସାଂସ୍କୃତିକ ଶ୍ରୀ ରାଜେସ କୁମାର ଶୁବୁଦ୍ଧି, ସମ୍ପାଦକ କ୍ରିଡା ଶ୍ରୀ ଗୁରୁ ଗୋବିନ୍ଦ ଦାଲାଇ ପ୍ରମୁଖଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ପରିଶେଷରେ କଟକ କଲେକ୍ଟୋରେଟ ଷ୍ଟାଫକମିଟି ସଭାପତି ଶ୍ରୀ ବିଶ୍ବମୋହନ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।