Odiapua.com

କଟକ ଏସସିବି ମେଡ଼ିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି ନେଇ ଉତ୍ତେଜନା

କଟକ, ୨୦/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ମେଡ଼ିକାଲ ପୋଲିସ ଫାଣ୍ଡି ଭିତରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ ମାରିଲେ। ଫାଣ୍ଡି ଗେଟ ଭିତରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ବନ୍ଦ କରି ପିଟିଲେ ଏସସିବି ମେଡ଼ିକାଲର ସିକ୍ୟୁରିଟି ଗାର୍ଡ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ ଏସସିବି ଆଣିଥିଲେ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣା। ବେଡ଼ ପାଇଁ ସିକୁରିଟି ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣାଙ୍କୁ ଖରାପ ବ୍ୟବହାର ଓ ଗାଳି ଗୁଳଜ କରିଥିଲେ। ଏହା ପରେ ଏସିବି ଫାଣ୍ଡି ଭିତରେ ପଶି ମାଡ଼ ବି ମାରିଥିଲେ। ଏ ନେଇ ଫାର୍ମାସିଷ୍ଟ ବିଶ୍ୱଜିତ୍ ମହାରଣା ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି।

ଥାନାରେ ଅଭିଯୋଗ ପରେ ସିକୁରିଟିଙ୍କୁ କାର୍ଯ୍ୟ ରୁ ବହିଷ୍କାର କରାଯାଇଛି। ଏହା ସହ ଆମେ ସିକୁରିଟିମାନଙ୍କ ଏକ ବୈଠକ ଡାକିଛୁ। ଏଭଳି ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ଚେତାବନୀ ଦିଆଯିବ। ସୂଚନା ଦେଇଛନ୍ତି କଟକ ଏସ ସି ବି ମେଡ଼ିକାଲ ର ପ୍ରଶାସନିକ ଅଧିକାରୀ ଡ଼ଃ ଅଭିନାଶ ରାଉତ।