କଟକ: ୧୫/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କଟକର ଐତିହାସିକ ବାଲି ଯାତ୍ରାକୁ ଆଉ ଗୋଟିଏ ଦିନ ବଢ଼ାଇଛି ପ୍ରଶାସନ। ଆସନ୍ତାକଲି ୧୬ ତାରିଖରେ ସରିବାକୁଥିଲା। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇ କହିଛନ୍ତି ଯେ, ବୁଧବାର ଦିନ ସରିବାକୁ ଥିବା ବାଲିଯାତ୍ରା ୧୭ ତାରିଖ ଗୁରୁବାର ଦିନ ସମାପ୍ତ ହେବ। ଚଳିତ ବର୍ଷ ବାଲିଯାତ୍ରାକୁ ନେଇ ଲୋକମାନଙ୍କ ମାଧ୍ୟରେ ବ୍ୟାପକ ଉତ୍ସାହ ଓ ଆଗ୍ରହବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ୨ ଦିନ ବୃଦ୍ଧି କରିବାକୁ ଏକ ବୈଠକରେ ସରକାରଙ୍କୁ ପ୍ରସ୍ତବ ଦିଆଯାଇଥିଲା। ମାତ୍ର ସରକାର ଏହାକୁ ଗୋଟିଏ ଦିନ ବୃଦ୍ଧି କରିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଉଲ୍ଲେଖନୀୟ ଯେ, ବାଲିଯାତ୍ରା ଦେଖିବାକୁ ଦୂର ଦୁରାନ୍ତ ଗ୍ରାମାଞ୍ଚଳରୁ ମଧ୍ୟ ହଜାର ହଜାର ଲୋକ ଦୈନିକ ଛୁଟି ଆସୁଛନ୍ତି କଟକ। ସ୍ମରଣ ଯୋଗ୍ୟ ଯେ, କଟକର ଏହି ବିଶ୍ୱ ପ୍ରସିଦ୍ଧ ବାଲି ଯାତ୍ରା କୋଭିଡ ପାଇଁ ଗତ ଦୁଇବର୍ଷ ବନ୍ଦ ରହିବା ପରେ ଚଳିତ ବର୍ଷ ଗତ ୮ ତାରିଖରୁ ଆରମ୍ଭ ହୋଇଛି।
କଟକର ଐତିହାସିକ ବାଲିଯାତ୍ରାର ଅବଧି ଗୋଟିଏ ଦିନ ବଢ଼ିଲା
