Odiapua.com

କଟକରେ ସେକ୍ସ ରାକେଟ ଠାବ : ଧରାପଡ଼ିଲେ ଦେହଜୀବୀ

କଟକ, ୧୬/୧ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ସିଡିଏ ଅଞ୍ଚଳରେ ସେକ୍ସ୍ ରାକେଟ ଉପରେ ପୋଲିସ ଚଢାଉକରିଛି। ଆଜି ସନ୍ଧ୍ୟାରେ ଏଠାରେ ଥିବା ଓୟୋ ହୋଟେଲରେ ଚାଲୁଥିଲା ଦେହ ବେପାର। ଗ୍ରାହକ ଓ ଦେହଜୀବୀଙ୍କୁ ଅସଂଜତ ଅବସ୍ଥାରେ ଧରିଲା ପୋଲିସ।

ତେବେ ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ହେବ ଏହି ଅଞ୍ଚଳରେ ଓୟୋ ହୋଟେଲରେ ଯୁବତୀମାନଙ୍କୁ ଆଣି ଦେହ ବେପାରରେ ଲଗାଯାଉଥିଲା।

ଯୁବତୀମାନେ ହୋଟେଲରେ ରହୁଥିଲେ। ବିଭିନ୍ନ ସ୍ଥାନରୁ ଯୁବକମାନେ ଆସୁଥିଲେ ଓ ସବୁ କିଛି ଫୋନ୍ ରେ ସେଟିଂ ହେଉଥିଲା।

ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ପୋଲିସ ତଦନ୍ତ ଜାରି ରଖିଛି।