Odiapua.com

କଟକରେ ବିଶ୍ବକପ ହକିର ଉଦଘାଟନ ଉତ୍ସବପାଇଁ ପ୍ରସ୍ତୁତି ବୈଠକ

କଟକ, ୨୧/୧୨ (ଓଡ଼ିଆ ପୁଅ/ଅଭୟ ଜେନା) ଜାନୁଆରୀ ୧୧ ରେ ଅନୁଷ୍ଠିତ ହେବ କଟକ-ବାରବାଟୀ ଷ୍ଟାଡିଅମରେ ବିଶ୍ବକପ ହକିର ମେଗା ଉଦଘାଟନୀ ଉତ୍ସବ।

ଏଥି ଲାଗି ବାରବାଟୀ ଷ୍ଟାଡିୟମ ବୁଲି ପ୍ରସ୍ତୁତି ସମୀକ୍ଷା କଲେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ।

ଏଥିପାଇଁ ଅନୁଷ୍ଠିତ ସମୀକ୍ଷା ବୈଠକରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ମେୟର ସୁବାସ ସିଂ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କଟକ ଡିସିପି, ସିଏମସି କମିସନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ବୈଠକରେ ସମସ୍ତ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ଉଦଘାଟନୀ ଉତ୍ସବକୁ ସଫଳ କରିବା ପାଇଁ ଓସିଏ ଓ କ୍ରୀଡ଼ା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଏଥିପାଇଁ ଟିକେଟ ଅନ ଲାଇନରେ ବିକ୍ରି କରାଯିବ।

ଉଦଘାଟନୀ ଉତ୍ସବ ପାଇଁ ସୌନ୍ଦର୍ଯ୍ୟ କରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସେଥିଲାଗି ଆସନ୍ତା ଜାନୁୟାରୀ ୧ ତାରିଖରୁ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ବାଲି ଗୋଡି ଗାଡି ଉପରେ କଟକଣା ଲାଗୁ କରାଯିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି।