Odiapua.com

କଟକରେ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା

କଟକ ୯/୧୧ (ଓଡ଼ିଆ ପୁଅ/ଅଭୟ ଜେନା) କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି କଟକ ଐତିହାସିକ ବାଲିଯାତ୍ରା। ପୁରୁଣା ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀରେ ଏହାର ଶୁଭ ଉଦଘାଟନହୋଇଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହିବର୍ଣ୍ଣାଢ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ବହୁ ଅତିଥି ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରାରେ ପ୍ରାୟ ଦେଢ଼ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ୍ ଖୋଲିଛି। ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ବିଭିନ୍ନ ଷ୍ଟଲରେ ଭଳିକି ଭଳି ଜିନିଷ ର ପସରା ଖୋଲି ଛନ୍ତି. ଏଥି ସହ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ ର ଷ୍ଟଲ ଖୋଲାଯାଇଛି। ଏଠାରେ ଉଲ୍ଲେଖ ନୀୟ ଯେ ବିଗତ ଦୁଇବର୍ଷ ହେବ କୋଭିଡ କଟକଣା ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା। ଚଳିତ ବର୍ଷ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ସୃଷ୍ଟି ହୋଇଛି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ଲୋକେ ଏସବୁର ଭରପୂର ଆନନ୍ଦ ନେଉଛନ୍ତି। ଚଳିତ ବର୍ଷ ଅଧିକ ଜନସଂଖ୍ୟା ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ସହ ବିଭିନ୍ନ ସ୍ଥାନରେ ସି ସି ଟି ଭି ଲଗାଯାଇ ନଜର ରଖାଯାଇଛି। ଶୃଙ୍ଖଳା ରକ୍ଷା ନିମନ୍ତେ ୫୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।