Odiapua.com

କଟକଠାରେ ଏକ ବିଶାଳ ରୋଡ ସୋ ରେ ସାମିଲ ହେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ

ଭୁବନେଶ୍ୱର, ୧୭/୦୪ (ଓଡ଼ିଆ ପୁଅ) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଢେଙ୍କାନାଳ ଓ ବଡମ୍ବାଠାରେ ୨ଟି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବା ପରେ କଟକଠାରେ ଏକ ବିଶାଳ ରୋଡ ସୋ ରେ ସାମିଲ ହୋଇଛନ୍ତି। ଏହି ରୋଡ ସୋ ନେତାଜୀଙ୍କ ଜନ୍ମସ୍ଥାନ ଦରଘା ବଜାରରୁ ବାହାରି ଗୈାରୀଶଙ୍କର ପାର୍କ, ନୟାସଡକ, ବାଲୁ ବଜାର, ହାଇକୋର୍ଟ ଛକ, ଚାନ୍ଦିନୀ ଚୌକ, ଶେଖ ବଜାର ଦେଇ ମା କଟକ ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା।

କଟକ ବାସିନ୍ଦା ସ୍ୱତଃପ୍ରବୃତ ଭାବେ ଏହି ରୋଡ ସୋ ରେ ସାମିଲ ହେବା ସହ ପୁଷ୍ପ ଫିଙ୍ଗି ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା, ରଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ, କଟକ ଲୋକସଭା ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର, ବାରବାଟି ବିଧାନସଭା ବିଜେପି ବିଧାୟକ ପ୍ରାର୍ଥୀ ସମୀର ଦେ ସାମିଲ ହୋଇ କଟକ ବାସିନ୍ଦାଙ୍କୁ ଅଭିବାଦନ ଜଣାଇଥିଲେ। ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଏହି ରୋଡ ସୋ ରେ ଭାଗ ନେଇ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟରେ ବିଜେପି ସରକାର ଆଣିବା ପାଇଁ ସଂକଳ୍ପ ନେଇଥିଲେ।