Odiapua.com

କଜଳା କଂଗ୍ରେସ ଭବନ ପାଖ ଡ୍ରେନନିର୍ମାଣ ଶେଷ କରିବାକୁ ଦାବି

କେନ୍ଦ୍ରାପଡା, ୨୩/୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କଜଳା କଂଗ୍ରେସ ଭବନ ନିକଟରେ ନିର୍ମାଣାଧିନ ଡ୍ରେନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ କଜଳା ଗ୍ରାମ୍ୟ କମିଟି ପକ୍ଷରୁ ଦାବି କରାଯାଇଛି। ଦୀର୍ଘଦିନଧରି ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଶେଷ ନକରି ଠିକାଦାର ସେଠାରୁ ପଳାଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ସେହିରାସ୍ତାରେ ଡ୍ରେନ ନିର୍ମାଣ ପାଇଁ ଖୋଳାଯାଇଥିବା ଗାତରେ ପଡି ଅନେକ ଆହତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଯଥାଶୀଘ୍ର ସେହି ଡ୍ରେନ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କଜଳା ଗ୍ରାମ୍ୟ କମିଟି ସଭାପତି ରମେଶ ପଣ୍ଡା, ସମ୍ପାଦକ ରାମଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ କମିଟି ସଭ୍ୟ ଗୋପବନ୍ଧୁ ମହାପାତ୍ର, ଶରତ ଚନ୍ଦ୍ର କର, ନାରାୟଣ କର, ଭାବଗ୍ରାହୀ କର ଓ ନିତ୍ୟାନନ୍ଦ ପଣ୍ଡା ପ୍ରମୁଖ ପୈାରନିର୍ବାହୀ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।