Odiapua.com

କଙ୍ଗାରୁକୋର୍ଟରେ ଏକ ପରିବାରକୁ ନିଆଁ-ପାଣି ଅଟକ

ନୟାଗଡ୫ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଏବେବି ଆମ ରାଜ୍ୟର କେତେକ ସ୍ଥାନରେ ସାମାଜିକ ବିଧି ବ୍ୟବସ୍ଥାର ଉଲଙ୍ଘନ ହେବା ସହ ଆଇନ୍ କାନୁନକୁ ନମାନିବା ଭଳି ଘଟଣା ଦେଖିବାକୁ ମିଳିଛି । ଏପରି ଏକ ଘଟଣା ନୟାଗଡ ଜିଲ୍ଲା ଓଡଗାଁ ଥାନା କେନ୍ଦୁପଲ୍ଲୀ ଗ୍ରାମରେ କଙ୍ଗାରୁକୋର୍ଟ ବସି ଗୋଟିଏ ପରିବାରକୁ ଏକ ଘରିଆ କରି ନିଆଁ-ପାଣି ଅଟକ କରିବା ଦେଖିବାକୁ ମିଳିଛି । କେନ୍ଦୁପଲ୍ଲୀ ଗ୍ରାମର ସଭାପତିଙ୍ଗ ନିର୍ଦ୍ଦେଶ ପାଳନ ନକରିବାରୁ ଗ୍ରାମର ଭାଗୀରଥି ପ୍ରଧାନ ପରିବାରକୁ କଙ୍ଗାରୁକୋର୍ଟ ନିର୍ଦ୍ଦେଶରେ ବାସନ୍ଦ କରାଯିବା ସହ ଭାଗୀରଥିଙ୍କ ଘର ଆଗରେ କଣ୍ଟା ଡାଳ ପକାଇ ରାସ୍ତା ଅବରୋଧ କରାଯିବା ଭଳି ଘଟଣା ଘଟିଥିବା ଯଣାପଡିଛି ।