Odiapua.com

କଇଥଖୋଲା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକୋତ୍ସବ

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ ମହୋତ୍ସବ ଏବଂ ପୁରଷ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ଉତ୍କଳ ଶିକ୍ଷାପରିଷଦ ର ସଂପାଦକ ଯୋଗେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ , ବିଶିଷ୍ଟସାହିତ୍ୟିକ ତଥା ଆଇନଜିବୀ ବାଣୀ ନିର୍ମାଲ୍ୟ ବିଶ୍ୱାଳ ଯୋଗ ଦେଇଥିଲେ । ଉକ୍ତ ସଭାରେ ବାସୁଦେବପୁର ଜୋନର ସଂକୁଳ ସମ୍ମୁଖ ରମାକାନ୍ତ କର ସଭାପତିତ୍ୱ କରିଥିବା ବେଳେ ପ୍ରଧାନ ଶିକ୍ଷକ ସାଧନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଂଚାସୀନ ବ୍ୟକ୍ତି ମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ସଂସ୍କାରିତ ହେବା ସହ କେବଳ ବହି ପାଠରେ ସବୁ ସମୟରେ ନିଜକୁ ନିୟୋଜିତ ନକରି ଖେଳୁଦ ପ୍ରତି ଧ୍ୟାନ ରଖିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ସଭା ମଧ୍ୟରେ ଛୋଟ ଛୋଟ କୁନୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରୀ ନାଟକ ମଂଚାସୀନ ହୋଇଥିଲା । ଏହି ନାଟକରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା କୁ ଦର୍ଶକ ଏବଂ ଉପସ୍ଥିତ ଅତିଥି ଗଣ ଭୂୟଶୀ ପ୍ରଶଂସା ମଧ୍ୟ କରିଥିଲେ । ଆଜିର ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଏସ ସି ମାନ୍ନା ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ଅନୁପ କୁମାର ଦାସ, ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କାଳିପଦ ପ୍ରଧାନ, ଆଦାନୀ ଡିଏଭି ପବ୍ଲିକ ସ୍କୁଲର ପ୍ରିନ୍ସପାଲ କ୍ରିଷ୍ନପ୍ରିୟା ଷଡଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଗୁରୁଜୀ ବିଶ୍ୱଜିତ ଜାନା, ଉମେଶ ଚନ୍ଦ୍ର ସେଠୀ, ରଶ୍ମିତା ବେହେରା, ସଞୁଲତା ମାହୁନ୍ତ, ଜୟଶ୍ରୀ ଜେନା, ନନ୍ଦିତା ପଣ୍ଡା,ସଂଯୁକ୍ତା ଦାସ, ଅନୀତା ଦାସ, ପ୍ରିୟଙ୍କା ମହାଳିକ, ପ୍ରିୟଦର୍ଶନୀ ପଣ୍ଡିତ, ତନ୍ମୟ ଭଳ, ମାନସୀ ମଣ୍ଡଳ ,ମିଲି ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ବିଶ୍ୱଜିତ ଜାନା ଧନ୍ୟବାଦ ଅର୍ପଣ କରିଥିଲେ ।