Odiapua.com

କଇଥଖୋଲା ଆରଆଇ ଅଫିସରେ କଲମ-୨ ସଂଶୋଧନ ଆଳରେ ମହାଦୁର୍ନିତୀ, ଆରଆଇଙ୍କ ପାଶଓାର୍ଡ ସୁପରଭାଇଜରଙ୍କ ହାତରେ, ରୋକ ଦେବ କିଏ!

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ତହସିଲ ଅଧିନସ୍ଥ କଇଥଖୋଲା ଆର ଆଇଙ୍କ ଅଫିସରେ ଚାଲିଥିବା ଦୁର୍ନୀତି ଦିନକୁ ଦିନ ଦାଣ୍ଡରେ ପଡି ହାଟରେ ଗଡିଲାଣି। ଏହି ସମସ୍ତ ବିଷୟ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେବା ପରେ ମଧ୍ୟ ଫଳ ଶୂନ ଏହାର ଏକମାତ୍ର କାରଣ ସାଜିଛି ବିଜେପିର ହାଇକମାଣ୍ଡଙ୍କ ନିର୍ବାଚନ ମଣ୍ଡଳୀ କେହି କୌଣସି ସିଦ୍ଧାନ୍ତ ନେବା ପୂର୍ବରୁ ହାଇକମାଣ୍ଡଙ୍କୁ ଏହି ବିଷୟରେ ଅବଗତ କରାଇବା। ଏକଥା କେବଳ ସାଧାରଣ ଜନତା ନୁହନ୍ତି ଚାନ୍ଦବାଲି ତହସିଲଦାରଙ୍କ ଗୋଚରରେ ହେଉଥିବା ନେଇ ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି କଇଥଖୋଲା ଆର ଆଇ ଭାବେ ନିଯୁକ୍ତ ପାଇଥିବା ବ୍ୟକ୍ତି ଜଣକ ରାଜସ୍ୱ ପିଅନ ଏବଂ ପରେ ସହକାରୀ ଆର ଆଇ ଏବଂ ପୁଣି ପ୍ରମୋସନ ପାଇବା ପରେ କଇଥଖୋଲା ଆର ଆଇ ଅଫିସରେ ଆର ଆଇ ଭାବେ ଅବସ୍ଥାପିତ। ଏହି ରାଜସ୍ୱ ଅଧିକାରୀଙ୍କ ଅଂଚଳରେ ଓଡିଶା ରାଜ୍ୟର ସବୁଠାରୁ ବୃହତ ଶିଳ୍ପ ପାର୍କ ହେବା ପାଇଁ ସ୍ତିରୀକୃତ ହେବା ସହ ଜମି ଅଧିଗ୍ରହଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ମାତ୍ର ସେହି ଆର ଆଇ ଅଫିସରେ ନିଯୁକ୍ତି ପାଇଥିବା ରାଜସ୍ୱ ଅଧିକାରୀ କମ୍ପ୍ୟୂଟର ବିଷରେ ଜ୍ଞାନ ନାହିଁ କି ଜମିଜମା ବିଷୟରେ ମଧ୍ୟ ସଂପୂର୍ଣ ଅଜ୍ଞ। ଏହି ପରିପ୍ରେକ୍ଷୀରେ ଧାମରା ଅଂଚଳ ପାଇଁ ନିଯୁକ୍ତି ପାଇଥିବା ରାଜସ୍ୱ ପରିଦର୍ଶକ ଜଣକ ନିଜର ଆସ୍ଥାନ ଜମାଇ କୋଟିପତି ପାଲଟିଯାଇଛନ୍ତି। ବର୍ତମାନ ରାଜସ୍ୱ ବିଭାଗ କଲମ-୨ ସଂଶୋଧନ ବିନା ମୂଲ୍ୟରେ କରୁଥିବା ବେଳେ ସଂପୃକ୍ତ ରାଜସ୍ୱ ପରିଦର୍ଶକ ଜଣକ ରାଜସ୍ୱ ନିରୀକ୍ଷକଙ୍କ ଆଇ ଡି (ପାଶଓାର୍ଡ) ବ୍ୟବହାର କରି ସମସ୍ତ କାର୍ଯ୍ୟ ଚଳାଉ ଛନ୍ତି ଏବଂ ପ୍ରତିବଦଳରେ ସେ ଯେତେବେଳେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ(ଆର ଆଇ) ଙ୍କୁ ଯେଉଁ ଠାରେ ଦରକାର କେବଳ ଦସ୍ତଖତ କରିବାକୁ କହୁଛନ୍ତି। ନିକଟରେ ସଂପୃକ୍ତ ପର୍ଯ୍ୟବେକ୍ଷକ କଇଥଖୋଲା ଅଂଚଳର ୨ଟି କଲମ -୨ ସଂଶୋଧନ କରି ଲକ୍ଷାଧିକ ଟଙ୍କା ନେଇଗଲେ। ଏହି ସମସ୍ତ ଟଙ୍କା ମଧ୍ୟରୁ କିଛି ଫୋନ ପେ ରେ ଅନ୍ୟ ଜଣକ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଥିବା ବେଳେ କିଛି ଅର୍ଥ ହାତାହାତି ନେଇଥିଲେ। ଏହି ଘଟଣା ବିଷୟରେ ସଂପୃକ୍ତ ବ୍ୟକ୍ତି ଭଦ୍ରକ ର ପୂର୍ବତନ ଜିଲ୍ଲାପାଳ ଏବଂ ରାଜସ୍ୱ ମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। କେବଳ ଏହି ଘଟଣା ନୁହଁ ଏଭଳି ବହୁ ଘଟଣାରେ ସଂପୃକ୍ତ ରାଜସ୍ୱ ପରିଦର୍ଶକ କଲମ-୨ ସଂଶୋଧନ ଆଳରେ ସତ୍ୱାଧିକାରୀଙ୍କ ନାମ କାଟିବା ଏବଂ ଯୋଡିବା ଆଳରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ନେଇ ଭିଜିଲାନ୍ସ ବିଭାଗରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି। ତୁରନ୍ତ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କୁ ଏଠାରୁ ବଦଳି କରାଯିବାକୁ ଦାବୀ ହୋଇଥିବା ବେଳେ ଚାନ୍ଦବାଲି ତହସିଲଦାର ସମସ୍ତ ଅଭିଯୋଗ ଜାଣିବା ପରେ ମଧ୍ୟ ନୀରବଦ୍ରଷ୍ଟା କାହିଁକି ଏହାର ଏକମାତ୍ର କାରଣ ଖଜୁରୀ ଗଛର କି ଗୁଣ ଗାଇବ ତାହା ମୂଳରୁ ପାହାଚ ପାହାଚ। ଡବଲ ଇଞ୍ଜିନ ଡବଲ ସରକାର ସଂପୃକ୍ତ ଅଧିକାରୀଙ୍କୁ କାହିଁକି ଜାଣିଶୁଣି ଘଂଟ ଘୋଡାଇ ରଖିଛନ୍ତି ଏବଂ ଏହା ପୁଣି ବିଜେପି ରାଜ୍ୟ ମୁଖିଆ ମନମୋହନ ସାମଲଙ୍କ ନିର୍ବାଚନ ମଣ୍ଡଳୀ ରେ ।ତୁରନ୍ତ ଏଥିପ୍ରତି ହାଇକମାଣ୍ଡ ଏବଂ ରାଜସ୍ୱ ମନ୍ତ୍ରୀ ଦୃଷ୍ଟି ଦେବା ସହ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ।