Odiapua.com

କଇଥଖୋଲାରେ ବିଜେପିର ନୂତନ ପାର୍ଟି ଅଫିସ ଉଦଘାଟନ, ବିଜେପି ରାଜ୍ୟ ସାଧାରଣ ସଂପାଦକ ଅଭିମନ୍ୟୁଙ୍କ ଉପସ୍ଥିତିରେ ଗଣେଶ ସେଠୀ ନିଜ ସମର୍ଥକଙ୍କ ସହ ପଦ୍ମରେ ମିଶିଲେ ।

ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ଅଂଚଳରେ ବିଜେପି ଦଳ ତରଫରୁ ନୂତନ ଭାବେ ବହୁ ସ୍ଥାନରେ ପାର୍ଟି ଅଫିସ ଉଦଘାଟନ ହେଉଥିବା ବେଳେ ଏହାକୁ ନେଇ ଅନ୍ୟ ଦଳରେ କୋକୁଆ ଭୟ ଖେଳିଯାଇଛି । ଆଜି ଦୋସିଙ୍ଗା ପଂଚାୟତରେ ଗଣେଶ ସେଠୀ ନିଜର ବହୁ ସମର୍ଥକଙ୍କ ସହ ଅନ୍ୟ ଏକ ରାଜନୈତିକ ଦଳ ଛାଡି ବିଜେପିରେ ସାମିଲ ହୋଇଥିବାରୁ ବିଜେପି ମହଲରେ ଆନନ୍ଦ ଉତ୍ସବ ମନା ଯାଉଥିବା ଦେଖିବାକୁ ମିଳିଥିଲା । ଆଜି ବିଜେପିର ସାଧାରଣ ସଂପାଦକ ଅଭିମନ୍ୟୁ ସେଠୀ ଆସି କଇଥଖୋଲାରେ ପହଂଚିବା ପରେ ଏକ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନିଆଯାଇଥିଲା । ସେ କଇଥଖୋଲା ଠାରେ ବିଜେପିର ଏକ ନୂତନ ପାର୍ଟି ଅଫିସକୁ ଫିତା କାଟି ଉଦଘାଟନ କରିଥିବା ବେଳେ ଏକ ସଭାରେ ମଧ୍ୟ ଯୋଗ ଦେଇଥିଲେ । ମା ଧାମରାଇ ମଣ୍ଡଳର ସଭାପତି ଦେବେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ହୋଇଥିବା ସଭାରେ ଭଦ୍ରକ ଜିଲ୍ଲାର ଉପସଭାପତି କମଳାକାନ୍ତ ସୂତାର, ରାମ ନବମୀ କମିଟିର ସଂପାଦକ ତୁଷାରକାନ୍ତ ଦାସ,ଭଦ୍ରକ ଜିଲ୍ଲା ବିଜେପିର ସଂପାଦକ ଭଗବାନ ପଣ୍ଡା, ଓବିସି ମୋର୍ଚାର ସଭାପତି ସୌମିତ୍ର ବେରା, ଧାମରା ମଣ୍ଡଳର ଯୁବ ସଭାପତି ତ୍ରିଦିବେଶ ପ୍ରଧାନ ପ୍ରମୁଖ ଏହି ସାଙ୍ଗଠୈନିକ ସଭାରେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ମଣ୍ଡଳ କମିଟି,କାର୍ଯ୍ୟକାରିଣୀ ସଦସ୍ୟ,ଶକ୍ତି କେନ୍ଦ୍ର,ବୁଥ କମିଟି ଗୁଡିକର ସଙ୍ଗଠନ କୁ ସୁଦୃଢ କରିବା ସହ ନୂତନ ଭାବେ ସାଙ୍ଗଠନିକ ସଂରଚନା କରିବାକୁ ମତ ରଖିଥିଲେ ।

ବିଜେପି ଦଳ ତରଫରୁ ଆରମ୍ଭ ହେବାକୁ ଥିବା ଗାଁକୁ ଚାଲ କାର୍ଯ୍ୟକ୍ରମକୁ କିପରି ସମସ୍ତ ଜନତାଙ୍କ ପାଖରେ ପହଂଚିବା ସହ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଏବଂ ସଙ୍ଗଠନର କାର୍ଯ୍ୟକୁ ସୁଚାରୂ ରୂପେ ତୁଲାଇବାକୁ ସମସ୍ତ ନେତୃବୃନ୍ଦ ଗୁରୁମନ୍ତ୍ର ଦେଇଥିଲେ ।ହୋଇଥିବା ସଭାରେ ଦୋସିଙ୍ଗା ପଂଚାୟତର ଗଣେଶ ସେଠୀ ଅନ୍ୟ ଏକ ରାଜନୈତିକ ଦଳକୁ ଛାଡି ନିଜର ୨୦ ସମର୍ଥକ ପରିବାରଙ୍କ ସହ ଆସି ବିଜେପିରେ ସାମିଲ ହୋଇଥିଲା । ସେମାନଙ୍କୁ ଉତରୀୟ ପ୍ରଦାନ କରିବା ସହ ଆଗାମୀ ନିର୍ବାଚନ ରଣାଙ୍ଗନାରେ ବିଜେପିକୁ କିପରି ଜିତାଇବା ସହ ଭାରତ ଏକ ନୂତନ ଅଧ୍ୟାୟ ସୃଷ୍ଟି କରାଯିବା ସେ ବିଷୟରେ ରାଜ୍ୟର ସାଧାରଣ ସଂପାଦକ ଅଭିମନ୍ୟୁ ସେଠୀ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି କଇଥଖୋଲା ପଂଚାୟତର ଦେବୁ ମାନ୍ନାଙ୍କ ନେତୃତ୍ୱରେ କଇଥଖୋଲା ପଂଚାୟତର ୧୫ ପରିବାର ଅନ୍ୟ ରାଜନୈତିକ ଦଳକୁ ଛାଡି ମୋଦିଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ଦଳରେ ସାମିଲ ହୋଇଥିଲା । ଆଜିର ଏହି ନୂତନ ପାର୍ଟି ଅଫିସ ଉଦଘାଟନ ,ସାଙ୍ଗଠୈନିକ ସଭା ଏବଂ ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ପ୍ରଦ୍ୱୀପ ରାଉତ, ବାପୁଜୀ ମାଝୀ, ମଂଟୁ ମାଇତି, ରତନ ସେଠୀ, ମାନଓ ଜେନା, ଅରୁଣ ଦିନ୍ଦା, ଅମୀୟ ଗିରି,ଦେବୁ ମାନ୍ନାଙ୍କ ସହ ଶତାଧିକ କର୍ମୀ ସାମିଲ ଥିଲେ ।