Odiapua.com

କଇଥଖୋଲାରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ଇସଲାମ ଧର୍ମର ପ୍ରବର୍ତକ ହଜରତ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ କଇଥଖୋଲାରେ ଥିବା ଆଜାଦବସ୍ତି ଓ ଏଠାରେ ଥିବା ଏହେସାନି କ୍ଲବ ତରଫରୁ ସୁଉଚ୍ଚ ତୋରଣ ବାହାରି କଇଥଖୋଲା ପଂଚାୟତ ଅତିକ୍ରମ କରିଥିଲା । ଏହି ଅବସରରେ ମୁସଲିମ ବସ୍ତିରୁ ବହୁ ଧର୍ମାବଲମ୍ବି ମାନେ ବିଶାଳ ପଟୁଆରରେ ବାହାରି ସମସ୍ତ ଅଂଚଳ ପରିକ୍ରମା କରିବା ସହ ବିଭିନ୍ନ ପ୍ରବଚକଙ୍କ ଦ୍ୱାରା ପ୍ରବଚନ ମାନ କରାଯାଇଥିଲା । ଆଜି ବାହାରି ଥିବା ସୁଉଚ୍ ତୋରଣ ଗୁଡିକ ମନ୍ତ୍ରମୁଗ୍ଧ କର ହୋଇଥିବା ବେଳେ ଆଜିର ଏହି ପଟୁଆରରେ ଆଜାଦ ବସ୍ତିର ସର୍ଦାର ସେକ ବାରାଲି, ସେକ କାସି, ସଦାମ ଅଲ୍ଲି ଖାଁ, ସେକ ଅବଦୁଲ, ସେକ ରସିଦ, ସେକ ଜୁଲାଲ ଅଲ୍ଲି ସାହା, ସେକ ସହିଦ,ସେକ ନିରାଜ ହୁସେନ ଅଲ୍ଲି ଏବଂ ଏହସାନ କ୍ଲବ ତରଫରୁ ସେକ ବାକର ଅଲ୍ଲି, ସେକ କାଦିର, ସେକ ଫାରୁକ, ମୁସ୍ତାକିମ ଅଲ୍ଲି ଖାଁ, ବଦରୁଲ ଅଲ୍ଲି ଖାଁ, ଅନଓାର ଅଲ୍ଲି ଖାଁ ପ୍ରମୁଖ ପ୍ରଫେଟ ମହମଦଙ୍କ ଜୟନ୍ତୀ ପାଳନ ଏବଂ ପ୍ରବଚନ ରେ ସହଯୋଗ କରିଥିଲେ ।