Odiapua.com

କଅଁଳ ଖରାର ଛାଇ ଉନ୍ମୋଚିତ

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାଟ୍ୟଶ୍ରୀ ନିର୍ମଳ ରାଉତଙ୍କ ଦ୍ୱାରା ରଚିତ ଗୀତି କବିତା ପୁସ୍ତକ “କଅଁଳ ଖରାର ଛାଇ”, ଓଡ଼ିଶା ଗୀତି କବି ସମାଜ ଆନୁକୂଲ୍ୟରେ କଟକ ଶତାବ୍ଦୀ ଭବନରେ ଉନ୍ମୋଚିତ ହୋଇଯାଇଛି । ଲବ୍ଧ ପ୍ରତିଷ୍ଠା ଗୀତିକାର ଗୌର ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ତଥା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲ୍ଲିପ ରାଉତରାୟ, ମୁଖ୍ୟବକ୍ତା ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର, ବରେଣ୍ୟ ଅତିଥି ଭାବେ ଆକାଶବାଣୀର ପୂର୍ବତନ ଉପମହାନିର୍ଦ୍ଦେଶକ ଡ.ହୃଷିକେଶ ପାଣି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଲିଙ୍ଗରାଜ ରଥ, ସଂପାଦକ ପ୍ରେମ ଚାନ୍ଦ ମହାନ୍ତି, ପୂର୍ବତନ ସଂପାଦକ ମନୋଜ ପଟ୍ଟନାୟକ, ମନୋଜ ମହାନ୍ତି, ଉପସଭାପତି ପୀତାମ୍ବର ମିଶ୍ର ଏବଂ ଦୁଇଶହରୁ ଅଧିକ କବି କବୟିତ୍ରୀ ଯୋଗ ଦେଇଥିଲେ ।