Odiapua.com

କଂଚନବିଲିରେ ଗହ୍ମାଡିଆଁ ଉତ୍ସବ ପାଳିତ

ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର କଂଚନବିଲି ବାଲୁଙ୍କେଶ୍ୱର ମନ୍ଦିର ଠାରେ ରାକ୍ଷୀବନ୍ଧନ ଓ ଗହ୍ମା ପୂର୍ଣ୍ଣମୀ ଅବସରରେ ଗହ୍ମାଡିଆଁ ଉତ୍ସବ କୋଭିିଡ୍ କଟକଣାରେ ପାଳିତ ହୋଇଯାଇଛି। କଂଚନବିଲି ଗ୍ରାମ୍ୟ ସଭାପତି ଆଡଭୋକେଟ ସଂସାରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ବୟସର ପିଲାମାନେ ଭାଗନେଇ ଗହ୍ମା ଡେଇଁଥିଲେ। ଗହ୍ମାଡିଆଁ ଉତ୍ସବ ପାରମ୍ପରିକ ଭାବେ ଏହି ଗ୍ରାମରେ ପାଳନ ହୋଇ ଆସୁଥିଲାବେଳେ ଗତବର୍ଷ କୋଭିଡ୍ ପାଇଁ ବନ୍ଦ ରହିଥିଲା। ତେବେ ଏଥର କୋଭିଡ କଟକଣା ଭିତରେ ଗହ୍ମାଡିଆଁ ପର୍ବ ପାଳନ କରାଯାଇଥିଲା। ପିଲାମାନେ ବେଶ୍ ଉତ୍ସୁକତାର ସହ ଗହ୍ମା ଡେଇଁ ବିଭିନ୍ନ ସାମଗ୍ରୀ ନେଉଥିବାବେଳେ ଦର୍ଶକଙ୍କ କରତାଳିରେ ପରିବେଶ ବେଶ୍‌ ଆନନ୍ଦମୟ ହୋଇ ଉଠୁଥିଲା। ଗ୍ରାମବାସୀଙ୍କ ସହଯୋଗରେ ଏହି ଉତ୍ସବ ପାଳନ କରାଯାଇଥିଲା।