Odiapua.com

କଂଗ୍ରେସ ଭବନରେ ସ୍ୱାଧିନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ମରଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୧୫/୫ (ଓଡ଼ିଆ ପୁଅ) ବର୍ଷୀୟାନ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ, ଓଡିଶା ସ୍ୱାଧିନତା ସଂଗ୍ରାମୀ ପରିଷଦର ପୂର୍ବତନ ସଭାପତି, କଂଗ୍ରେସ ଦଳର ପୂର୍ବତନ ପ୍ରଦେଶ ସେବାଦଳ ମୁଖ୍ୟ ତଥା ସାଧାରଣ ସଂପାଦକ ଭବାନୀ ପଟ୍ଟନାୟକଙ୍କର ଗତକାଲି ସନ୍ଧ୍ୟାରେ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କର ପ୍ରାର୍ôଥବ ଶରୀର ଆଜି ପୂର୍ବାହ୍ନ ଘ. ୯.୩୦ ମି. ସମୟରେ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ପହଂଚିବା ପରେ ସେଠାରେ ଉପସ୍ଥିତ ଥିବା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଅନେକ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କରୋନା ଲକ୍‌ଡାଉନ୍ ସତ୍ୱେ ଶତାଧିକ କଂଗ୍ରେସ କର୍ମୀ ଓ ନେତା କଂଗ୍ରେସ ଭବନରେ ପହଂଚି ‘ଭବାନୀ ପଟ୍ଟନାୟକ ଅମର ରହେ’ ଧ୍ୱନୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ଶୁଭେନ୍ଦୁ ମହାନ୍ତି, ଜ୍ଞାନଦେବ ବେଉରା, ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, କିଶୋର ଜେନା, ବିଶ୍ୱ ଭୂଷଣ ଦାସ, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ଦାସ, ରଜନୀ କୁମାର ମହାନ୍ତି, ଦୀପକ କୁମାର ମହାପାତ୍ର, ନରେଶ ମହାନ୍ତି, ପ୍ରକାଶ ମିଶ୍ର, ନିରଦ ବରଣ ଖୁଂଟିଆ, ଜୟକୃଷ୍ଣ ମଲିଆ ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍ ଦାସ, ସମ୍ଭବ ପଟ୍ଟନାୟକ, କହ୍ନେଇ ଚରଣ ସେଠୀ, ରାଜକିଶୋର ବାରିକ, ଜ୍ୟୋତିଷ ସାହୁ, ରତ୍ନାକର ବେହେରା, ଶୈଳେନ୍ଦୁ ମଜୁମଦାର, ମଂଟୁ ମଲ୍ଲିକ, ଆମାôରାମ ପତି, ତାପସ ସେଠୀ ପ୍ରମୁଖ ଉପସ୍ଥିତ ରହି ମରଶରୀର ପ୍ରତି ଶେଷ ସମ୍ମାନ ଜଣାଇଥିଲେ।æ