Odiapua.com

କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପ ସମୁଖରେ ଦସ୍ତଖତ ସଂଗ୍ରହ ଅଭିଯାନ

ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଭିନ୍ନ ତେଲଟାଙ୍କି ସମୁଖରେ ଏହାର ବିକ୍ଷୋଭ କରାଯିବା ସହିତ ଲୋକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଛି । ହାଟଡିହି ବ୍ଲକ କଂଗ୍ରେସ ପକ୍ଷରୁ ଛେନାପଦି ଛକ ପେଟ୍ରୋଲ ପମ୍ପ ନିକଟରେ ଶତାଧିକ କଂଗ୍ରେସ କର୍ମୀ ଏହାର ପ୍ରତିବାଦ କରିବା ସହ ସରକାରଙ୍କ ଖାଉଟି ମାରଣ ନୀତି ବିରୁଦ୍ଧରେ ନାରା ଦେଇଥିଲେ । ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ଚଣ୍ଡୀ ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁର୍ବତନ ସରପଞ୍ଚ ନୃଷିହଂ ଚରଣ ସେଠୀ, ପୁର୍ବତନ ସରପଞ୍ଚ ବାସୁଦେବ ଦାସ, ପରମାନନ୍ଦ ବାସ୍କେ, ମାନସ କୁମାର ଜେନା, ମନ୍ମଥ ପଣ୍ଡା, ଚିନ୍ମୟ ରାଉତ, ନିତ୍ୟାନନ୍ଦ ବେହେରା, ରମାକାନ୍ତ ସ୍ୱାଇଁ, ରତ୍ନାକର ତ୍ରିପାଠୀ, ଜୟଦେବ ଦେହୁରୀ, କୈଳଶ ମହାନ୍ତି, ଜଗଦାନନ୍ଦ ଜେନା, ଜୀବନଜ୍ୟୋତି ଯେନା, ମନୋଜ କୁମାର ଆଇଚ, ଶ୍ରୀଧର ପହି, ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।