Odiapua.com

କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର ୩.୮ (ଓଡ଼ିଆ ପୁଅ) – ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ, ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ବିଶିଷ୍ଟ କଂଗ୍ରେସ ନେତା ଶ୍ରୀଧର ସାହୁଙ୍କ ବିୟୋଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ୱର୍ଗତ ସାହୁ କଂଗ୍ରେସ ଦଳର ଜଣେ ଟାଣୁଆ ସଂଗଠକ ଥିଲେ। ନିଜର ସାଂଗଠନିକ ଦକ୍ଷତା ବଳରେ ସେ ଢେଙ୍କାନାଳ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ନିଜ ଅଂଚଳର ବିକାଶ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ। ଦଳ ପକ୍ଷରୁ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ତାକୁ ଦକ୍ଷତାର ସହ ସଂପାଦନ କରିଛନ୍ତି।

ସ୍ୱର୍ଗତ ଆତ୍ମାର ସଦ୍ ଗତି କାମନା କରିବା ସହ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।