Odiapua.com

କଂଗ୍ରେସ ନେତାଙ୍କ ବନ୍ୟା ପ୍ରପୀଡ଼ିତ ପରିବାରକୁ ସହାୟତା

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ କେନ୍ଦୁଅପଦା ପଞ୍ଚାୟତର ମୁଗଗଢିଆ, କଷଗଢିଆ, ଗୋହୀରାପଦି ଗ୍ରାମ ୪ଦିନ ହେବ ଲଗାଣ ଲଘୁଚାପ ଜନିତ ବର୍ଷାଜଳରେ ଉବୁଟୁବୁ ହେଉଛି । ବନ୍ୟାଜଳ ସମେତ ଗ୍ରାମ ପାଶ୍ୱର୍ରେ ଥିବା ରେବ ନଦୀର ବନ୍ୟାଜଳ ଗ୍ରାମକୁ ମାଡ଼ି ଆସିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଘରଦ୍ୱାରରେ ପାଣି ପଶିଯିବା ସହିତ ହଜାରହଜାର ହେକ୍ଟର ଚାଷଜମି ବନ୍ୟାଯୋଗୁଁ ନଷ୍ଟ ହେବାର ଦେଖାଯାଇଛି ।ଘରୁ ବାହାରି ନପାରି ଗ୍ରାମବାସୀମାନେ ନାନାଦି ହଇରାଣରେ ରହୁଛନ୍ତି । ସରିସୃପ ଭୟ ଲାଗି ରହୁଛି । ବୃଦ୍ଧ, ବୃଦ୍ଧା ଛୋଟଛୋଟ ପିଲାମାନେ ଅତ୍ୟାବଶ୍ୟକୀୟ ସାମଗ୍ରୀ ନପାଇ ଡ଼ହଳ ବିକଳ ହେଉଛନ୍ତି । ଖବର ପାଇ ଭଣ୍ଡାରିପୋଖରୀ ବିଧାନସଭାର କଂଗ୍ରେସ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ବନ୍ୟା ପ୍ରପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ ସମେତ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏଥିରେ ପ୍ରାକ୍ତନ ସରପଞ୍ଚ ଜୟନ୍ତ ସାମଲ, ପଞ୍ଚାୟତ ସଭାପତି ମନୋରଞ୍ଜନ ମହାପାତ୍ର, ଜୋନ ସଭାପତି ନିରଞ୍ଜନ ମଲ୍ଲିକ, ଯୁବନେତା ରାଜକେିଶୋର ପଣ୍ଡା, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ ଦାସ, ଜଗତ ଜୀବନ ସାହୁ, ରତିକାନ୍ତ ଜେନା, ଦିଲ୍ଲିପ ପ୍ରଧାନ, ରାଜେଶ ଜେନା, ନିରାକାର ପ୍ରଧାନ, ହୃଷିକେଶ ଜେନା ପ୍ରମୁଖ ସହଯୋଗ କରିଥିଲେ ।