Odiapua.com

କଂଗ୍ରେସ ଦେଶର ସଂପତି ତିଆରି କଲା, ମୋଦି ତାକୁ ବିକିଲେ : କଂଗ୍ରେସ

ଭୁବନେଶ୍ୱର ୦୧.୯ (ଓଡ଼ିଆ ପୁଅ) ୨୦୧୪ ମସିହା ପାଖରୁ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାଶୟ କେବଳ ଦେଶରେ ମିଛ ବିକ୍ରୀ କରିଚାଲିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ମୋଦିଙ୍କର ଯେତେଗୁଡ଼ିଏ ଭିଡିଓ ବା ସାମାଜିକ ଗଣମାଧ୍ୟମରେ ତାଙ୍କ କଥାକୁ ଯଦି ବିଚାରକୁ ନେବେ ସେ ଯାହା ଦେଶବାସୀଙ୍କୁ ଯେଉଁ ଭରସା ଦେଇଥିଲେ ଠିକ୍ ତାର ସବୁ ଓଲଟା ହିଁ କରୁଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ଶ୍ରୀ ମନମୋହନ ସିଂଙ୍କ ସରକାର ପର୍ଯ୍ୟନ୍ତ କଂଗ୍ରେସ ସରକାର ବା କଂଗ୍ରେସ ମିଳିତ ସରକାର ଭାରତ ବର୍ଷରେ ଯେଉଁ ସବୁ ସଂପତି ସୃଷ୍ଟି କରିଥିଲେ ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିଜର କିଛି ନିକଟତମ ପୁଞ୍ଜିପତି ବନ୍ଧୁ ମାନଙ୍କୁ ସିଧାସଳଖ ବିକ୍ରି କରିବା ବା ଲିଜ ଆକାରରେ ଦେବା ପାଇଁ ନିଷ୍ପତି ନେଇ ସାରିଛନ୍ତି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତିକ୍ଷୋଭର ସହ କହିଛନ୍ତି ଭାରତବର୍ଷର ଜାତୀୟ ସଂପତି କୌଣସି ଏକ ଦଳର ସଂପତି ନୁହଁ ବା କୌଣସି ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଂପତି ନୁହଁ। ଏହା ଭାରତବର୍ଷର ସବୁଠାରୁ ଅତି ଅବିହେଳିତ ବ୍ୟକ୍ତିର କର ପଇସାରେ ଏସଂପତି ତିଆରି କରାଯାଇଛି। ତେଣୁ ଆଜି ଦେଶରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ୯୮% ଲୋକଙ୍କର ଆୟ ବହୁପରିମାଣରେ କମିଥିଲା ବେଳେ ମାତ୍ର ୨% ଲୋକଙ୍କର ଆୟ ଏତେ ପରିମାଣରେ ବୃଦ୍ଧି କିପରି ଘଟିଛି। ଭାରତ ବର୍ଷର ପାଖାଖି ୧୦% ଲୋକଙ୍କ ହାତରେ ସମସ୍ତ ସୁବିଧା, ସୁଯୋଗ, ପ୍ରାପୁର୍ଯ୍ୟ ରହିଥିବା ବେଳେ ୯୦ ଭାଗ ଲୋକ ସେଥିରୁ ବଂଚିତ। ଏଭଳି ପରିସ୍ଥିତିିରେ ଯେଉଁ ଜାତୀୟ ସଂପତି ସୃଷ୍ଟି କରାଯାଇଥିଲା ସେ ସଂପତି ସବୁ ଭାରତ ବର୍ଷର ଅର୍ଥନୀତିକୁ ଗତିଶୀଳ କରିବା ସହିତ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଗଣିତ କରିପାରିଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ପୂର୍ବତନ ସାଧାରଣ ସଂପାଦକ ମୋହନ ପ୍ରକାଶ ସାମ୍ବାଦିକ ମାନଙ୍କୁ ଜାତୀୟ ମୁଦ୍ରିକରଣ ଯୋଜନାର ଆଭିମୁଖ୍ୟ କ’ଣ କହିଲାବେଳେ କହିଥିଲେ ଯେ ଏହି ଯୋଜନା ହେଉଛି ଶତାବ୍ଦୀର ସବୁଠାରୁ ବଡ଼ ଘୋଟଲା ଯୋଜନା। ସେ ନରେନ୍ଦ୍ର ମୋଦି ସରକାରଙ୍କୁ କଟୁ ସମାଲୋଚନା କରି କହିଲେ ଏ ଯେଉଁ ସଂପତି ସବୁ ମୋଦି ସରକାର ଲିଷ୍ଟ କରିଛନ୍ତି ତାକୁ ବିକ୍ରି କରିବା ପାଇଁ ଅଥବା ଆସନ୍ତା ୪ ବର୍ଷ ପାଇଁ ଲିଜ ଦେବା ଏ ସବୁ ସଂପତି ସବୁ ଗୁଡିକୁ ଚାଲୁରହିଥିବା ସଂପତି ଏ ସଂପତି ଭାରତ ସରକାରଙ୍କୁ ପ୍ରଚୁର ପରିମାଣରେ ଲାଭେ ଦେଉଛି ଏବଂ ସରକାର ବହୁ ପରିମାଣରେ ଡିଭିଡେଣ୍ଡ ମଧ୍ୟ ପାଉଛନ୍ତି। ଖାଲି ସେତିକି ନୁହେଁ ଏହି ସବୁ ସଂପତିର ସାମାଜିକ ଦାୟିତ୍ୱବୋଧ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କେଉଁ କାରଣ ଯୋଗୁଁ ଓ କାହିଁକି ଏହି ସବୁ ସଂପତିକୁ ଆମେ ଏଭଳି ଢ଼ଙ୍ଗରେ ଚୟନ କରିଛୁ ଯାହାର ମୂଳ ଉଦେଶ୍ୟ ହେଉଛି ଭାରତବର୍ଷକୁ ଦୁର୍ବଳ କରିବା ଏବଂ ଭାରତ ବର୍ଷର କୋଟି କୋଟି ଯୁବକଯୁବତୀଙ୍କର ଆଶାବିଶ୍ୱାସକୁ ମାରିଦେବା ତାଙ୍କ ପାଇଁ ସୁଯୋଗଟିକୁ ତାଲା ପକାଇଦେବା ଏବଂ ଏହାଦ୍ୱାରା କେବଳ ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଛଡ଼ା ଦେଶପାଇଁ ଏହି ଯୋଜନା କୌଣସି ପ୍ରକାର ସୁଫଳ ଆଣିପାରିବ ନାହିଁ। ମୋଦି ସରକାର କହୁଛନ୍ତି ମାତ୍ର ୬ଲକ୍ଷ କୋଟି ଟଙ୍କା ଏହି ରାଷ୍ଟ୍ରୀୟ ସଂପତି ବିକ୍ରୀ ବା ଲିଜ ଦେବା ଯୋଜନାରୁ ଆସନ୍ତା ୪ବର୍ଷ ଭିତରେ ଆୟ ହେବ। କିନ୍ତୁ ଖୋଦ ନରେନ୍ଦ୍ର ମୋଦି ୨୦୧୯ ମସିହା ଅଗଷ୍ଟ ମାସ ୧୫ ତାରିଖରେ ୧୦୦ ଲକ୍ଷ କୋଟି ଟଙ୍କାର ରାଷ୍ଟ୍ରୀୟ ଇନ୍‌ଫ୍ରାଷ୍ଟଚର ପାଇପଲାଇନ କଥା ଘୋଷଣା କଲେ। ୨୦୨୦ ମସିହା ଅଗଷ୍ଟମାସ ୧୫ ତାରିଖ ୧୧୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧ ମସିହା ଅଗଷ୍ଟ ୧୫ ରେ ୧୦୦ ଲକ୍ଷ କୋଟି ଟଙ୍କାର ସମାନ କଥା ଘୋଷଣା କରାଗଲା। ତିନିବର୍ଷ କାଳ ଯୋଜନାରେ କେବଳ ଘୋଷଣା କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରି କରାଯାଇନାହିଁ। ସେ ଏକ ଉଦାହରଣ ଦେଇ କହିଲେ ବିପିସିଏଲ ଏଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଯାହା ଭାରତବର୍ଷର ୧୧% ପେଟ୍ରୋଲ, ଡିଜେଲର ବିକ୍ରୀର ଅଂଶଧନ ରହିଛି। ଏହି କମ୍ପାନୀ ପାଖରେ ୧୫ ହଜାରରୁ ୧୬ ହଜାର ପେଟ୍ରୋଲ ପମ୍ପ ରହିଛି। ୭ ହଜାରରୁ ୮ ହଜାର ଗ୍ୟାସ ଏଜେନ୍ସି ଅଛି। ଗତ ଆର୍ଥିକ ବର୍ଷରେ ୨୬ ହଜାର କୋଟି ଟଙ୍କାର ଡିଭିଣ୍ଡେଟ ଟ୍ୟାକ୍ସ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି। ଠିକ୍ ସେହିଭଳି ଭାବରେ ମାତ୍ର ୧ଲକ୍ଷ ୬୦ ହଜାର କୋଟି ଟଙ୍କା ୪ ବର୍ଷରେ ସଂଗ୍ରହ କରିବାକୁ ଯାଇ ୨୬ ହଜାର ୭୦୦ କିଲୋମିଟର ଜାତୀୟ ରାଜପଥକୁ ବିକ୍ରି କରିବାପାଇଁ ନିଷ୍ପତି ନିଆସରିଛି, ୪୦୦ ରେଲୱେ ଷ୍ଟେସନ, ୧୫ଟି ରେଲୱେ ଷ୍ଟାଡିୟମ, ୧୪୦୦ କିଲୋମିଟର ରେଳପଥ, ୭୪୧ କିଲୋମିଟର କୋଙ୍କଣ ରେଲୱେ ୯୦ ପାସେଞ୍ଜର ଟ୍ରେନ, ୨୬୫ ରେଲ ଗୁଡସେଡକୁ ବିକ୍ରୀ କରାଯିବାର ଯୋଜନା କରାଯାଇଛି, ରେଲୱେରେ ପାଖାପାଖି ୨୦ ଲକ୍ଷ ଲୋକ ଚାକିରୀ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା କର୍ପୁତାଲା କୋଚ ଫ୍ରେକ୍ଟ୍ରିରେ ୨କୋଟି ଟଙ୍କା ଏକ ଇଲେକ୍ଟ୍ରି ଇଂଜିନ ତିଆରି ହେଉଥିବା ବେଳେ। ମୋଦି ସରକାର କାହିଁକି ଏସ୍‌ମ୍ବୁଲ କରିବାପାଇଁ କହିଛନ୍ତି ଏବଂ ଏହି ଇଂଜିନ ବାହାରୁ କିଣୁଛନ୍ତି। ୩୫ ହଜାର ୧୦୦ କୋଟି ଟଙ୍କା ଅର୍ଥ ପାଇବା ପାଇଁ କାହିଁକି ୨.୮୬ ଲକ୍ଷ କି.ମି ଅପଟିକ ଫାଇଭର ନେଟୱାର୍କ, ୧୪୯୧୭ ଟେଲିଫୋନ ଟାୱାର ବିକ୍ରି କରାଯାଉଛି। ଏବଂ ଏ ସବୁ ସଂପତି ଏଭଳି ଭାବରେ ଚୟନ କରାଯାଇଛି ଯାହା ତାଙ୍କର ଦୁଇ ନିକଟତମ ବନ୍ଧୁ ଅଦାନୀ ଓ ଆମ୍ବାନୀ ପରିବାର ଭିତରେ ବଂଟା ହୋଇପାରିବ। ଭାରତବର୍ଷର ୨୫ ଟିି ବିମାନ ବନ୍ଦର ତତ୍ ସଂଲଗ୍ନ ଏକର ଏକର ଜମି ଏବଂ ୯ଟି ସାମୁଦିକ୍ର ଓ ନଦୀଭିତିକ ବନ୍ଦର ତନ୍ମମଧ୍ୟରୁ ଓଡ଼ିଶାର ପାରଦ୍ୱୀପ ବନ୍ଦର ଯେଉଁ ବନ୍ଦରକୁ ସେତେବେଳର ରାଜ୍ୟ ସରକାର ପାଖାପାଖି ୬ଶହ ଏକର ଜମି ଏହି ବନ୍ଦର ପାଇଁ ବିନା ମୂଲ୍ୟରେ ଦେଇଥିଲେ। ପାରାଦ୍ୱୀପ ବନ୍ଦର ଅତ୍ୟନ୍ତ ଲାଭଦାୟକ ବନ୍ଦର ତଥା ପୂର୍ବ ଭାରତରେ ଏକ ପ୍ରମୁଖ ବନ୍ଦର। ଏ ବନ୍ଦର ଦ୍ୱାରା ଓଡ଼ିଶାର ଅର୍ଥନୀତି ବହୁ ପରିମାଣରେ ଲାଭବାନ ହୋଇଛି। ଖାଲି ସେତିକି ନୁହେଁ ବନ୍ଦର ଚୁର୍ତୁପାଶ୍ୱରେ ଏବଂ ବନ୍ଦର ସଂଲଗ୍ନ ଶିଳ୍ପ ଦ୍ୱାରା ଓଡ଼ିଶାରେ ବହୁଲୋକଙ୍କୁ ରୋଜଗାର ମିଳିଛି। ଏହି ବନ୍ଦରକୁ ଲିଜ ଦେବାର ଯେତେବେଳେ ଚିଠା ପ୍ରସ୍ତୁତ କରାଗଲା ମୋଦି ସରକାର କ’ଣ ଓଡ଼ିଶା ସରକାରଙ୍କ ସହିତ କଥା ହୋଇଛନ୍ତିକି ଯଦି ହଁ ତାହା କେଉଁ ତାରିଖରେ ଓ ତାହା ପ୍ରକାଶ କରାଯାଉ। ଏସବୁ ସଂପତି ବା ରାଷ୍ଟ୍ରୀୟ ଉଦ୍ୟୋଗ ପାଲ୍ୟାମେଂଟର ବିନା ସ୍ୱୀକୃତିରେ ଜନସାଧାରଣଙ୍କ ବିନା ନିଷ୍ପତିରେ ନରେନ୍ଦ୍ର ମୋଦିଙ୍କୁ ବିକ୍ରି କରିବାକୁ କିଏ ଅନୁମତି ଦେଲା। ଜନତା ଆପଣଙ୍କୁ ନିର୍ବାଚିତ କରିଥିଲେ ଦେଶ ଚଳାଇବା ଓ ଦେଶକୁ ଆଗକୁ ନେବା। କିନ୍ତୁ ଦେଶ ସଂପତିକୁ ନିଜ ବନ୍ଧୁଙ୍କୁ ବିକିଦେବା ପାଇଁ ନୁହେଁ। ଏଲଆଇସି ଭାରତ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଡିଭିଡେଣ୍ଡ ଦେଉଛି। ପାଖାପାଖି ୨ଲକ୍ଷରୁ ଅଧିକ ଲୋକ ଏଲଆଇସିରେ ସିଧା ନିଯୁକ୍ତି ପାଇଛନ୍ତି। ପରୋକ୍ଷରେ ୩-୪ ଲକ୍ଷ ଲୋକ ଏଲଆଇସିସି ଦ୍ୱାର ନିଜର ରୋଜଗାର କରୁଛନ୍ତି। ଏଲଆଇସିସି ୯୯.୭% କ୍ଲେମ ସେଟଲମେଂଟ କରେ କିନ୍ତୁ ଅନ୍ୟ ଇନ୍‌ସୁରାନ୍ସ କମ୍ପାନୀମାନେ ୬୨% ସେଟଲମେଂଟ କରୁଛନ୍ତି। କାହିଁକି ଓ କାହା ସ୍ୱାର୍ଥରେ ମାତ୍ର ୭୪ ହଜାର କୋଟି ଟଙ୍କାର ଅର୍ଥ ପାଇବା ପାଇଁ ଏଲଆଇସିର ୨୫% ଅଂଶଧନ ବିକ୍ରୀ କରିବାକୁ ନିଷ୍ପତି ନିଆଯାଇଛି। ଏହା କଣ ନିଜର ବନ୍ଧୁଙ୍କ ସାହାଯ୍ୟ କରିବା ପାଇଁ। ଭାରତ ବର୍ଷର ବିମାନ ବନ୍ଦର ଓ ସାମଦ୍ରୀକ ଓ ନଦୀବନ୍ଧ ଆଦାନୀ ପରିବାର ହାତରେ। ରେଲୱେ ଆଦାନୀ ପରିବାର ହାତରେ। ଦେଶର ଅର୍ଡନାନ୍ସ ଫେକ୍ଟ୍ରି ଆଉ ଇନ୍ସୁରାନ୍ସ, ବିପିସିଏଲ, ଟେିଲକମ ନେଟୱାର୍କ ଆମ୍ବାନୀ ହାତିରେ ଟେକିଦେବାକୁ କଂଗ୍ରେସ ବରଦାସ୍ତ କରିବା ଦେଶର ସଂପତିକୁ ଲୁଟେରା ମାନଙ୍କ ହାତରେ ଆଉ ଛାଡ଼ିଦିଆଯିବ ନାହିଁ ଯେଉଁ ସଂପତି ବିକ୍ରୀ କରାଯାଉଛି ତାହାର ଆନୁମାଲିକ ମୂଲ୍ୟ ୩୦ ହଜାର ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏଥିପାଇଁ କଂଗ୍ରେସ ଦଳ ପ୍ରତ୍ୟେକ ସ୍ତରରେ ଜନସଚେତନା ସୃଷ୍ଟି କରିବା ସହ ଏ ସରକାରଙ୍କୁୂ ଏଥିରୁ ନିବୃତ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର, ସଂପାଦକ ଜି ରୁଦ୍ର ରାଜୁ, ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଏବଂ ପ୍ରଦେଶ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଓ ଶ୍ରୀ ପଦ୍ମାକର ଗୁରୁ ଉପସ୍ଥିତ ଥିଲେ।