Odiapua.com

କଂଗ୍ରେସ କ୍ଷମତାକୁ ଆସିଲେ ଚନ୍ନି ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ! ଏପରି ସଂକେତ ଦେଲା କଂଗ୍ରେସ – ଏବେ ଦେଖିବାକୁ ବାକି ସିଦ୍ଧୁଙ୍କ ପ୍ରତିକ୍ରୀୟା

ନୂଆ ଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) କ’ଣ କଂଗ୍ରେସ ସଂକେତ ଦେବାକୁ ଚାହୁଁଛି? ପଞ୍ଜାବରେ କଂଗ୍ରେସ ପୁନଃ କ୍ଷମତାକୁ ଆସିଲେ କ’ଣ ଚରଣଜୀତ ସିଂ ଚନ୍ନି ହେବେ କି ମୁଖ୍ୟମନ୍ତ୍ରୀ! କ’ଣ ମୁଖ୍ୟମନ୍ତ୍ରୀ ପଦକୁ ଆଶା ରଖିଥିବା ସିଦ୍ଧୁ ଙ୍କପ ପତା ସାଫ୍ ହେବ? ଏପରି ଏକ ସଂକେତ ଦେଇଛି କଂଗ୍ରେସ ବୋଲି ରାଜନୈତିକ ପଣ୍ଡିତମାନେ ମତ ପୋଷଣ କରୁଛନ୍ତି। ତେବେ କଂଗ୍ରେସ ଦଳ ନିଜର ଆଧିକାରିକ ଭିଡ଼ିଓରେ ଏହିପରି ଏକ ସଂକେତ ଦେବାକୁ ଚେଷ୍ଟା କରିଛି। ଏଥିରେ ସୋନୁ ସୁଦ୍‌ ଦେଖାଯାଉଛନ୍ତି ଏବଂ ସେ କହୁଛନ୍ତି ପଛ ଧାଡ଼ିରେ ଥିବା କ୍ଷମତା ସମ୍ପର୍ଣ୍ଣ ଲୋକ ଯିହାକୁ କି ଡାକି ଆଣି ମୁଖ୍ୟମନ୍ତ୍ରୀ ପଦରେ ବସାଯିବ ସେ ହିଁ ପ୍ରକୃତରେ ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ। ଏପରି ହେବା ଉଚିତ ନୁହେଁ କି କେହି ଜଣେ କହିବେ ମୁଁ ହିଁ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ଏବଂ ମୁଁ ମୁଖ୍ୟମନ୍ତ୍ରୀ ହେବି ସେପରି ଲୋକ ଏପରି ପଦରେ ରହିବା ଠିକ କହିହେବ ନାହିଁ। କେବଳ ସେହି ଲୋକ ରାଜା ହେବା ଆବଶ୍ୟକ ଯିଏକି ଏହି ପଦ ପାଇଁ ଉପଯୁକ୍ତ।

ତେବେ ଏବେ ଦେଖିବାକୁ ବାକି ରହିଲା ନବଜ୍ୟୋତ ସିଂ ସିଦ୍ଧୁଙ୍କର ପ୍ରତିକ୍ରୀୟା କ’ଣ?

ତେବେ ଆଫଣ ଦେଖନ୍ତୁ ଭିଡ଼ିଓ