Odiapua.com

କଂଗ୍ରେସ କିଷାନ ସେଲ୍ ପକ୍ଷରୁ ବିକ୍ଷୋଭ

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କିଷାନ ସେଲ ପକ୍ଷରୁ ଆଜି କେନ୍ଦ୍ର ସରକାରଙ୍କ କୃଷି ବିଲକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ କିଷାନ ସେଲ ସଭାପତି ନର ନାରାୟଣ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ, କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ ନିର୍ବାନ ମଣ୍ଡଳୀ ନେତା ସୁବ୍ରତ ଦାସ, ଧାମନଗର କଂଗ୍ରେସ ନେତା ବିଦ୍ୟାଧର ଯେନା, ନାରାୟଣ ପାଢୀ, ନଗର କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ବିକାଶ ସାମଲ, ସୀତାକାନ୍ତ ଜେନା, ନିଶିକାନ୍ତ ନାୟକ, ପୀତବାସ ଧଳ, ଦିଲିପ ନାୟକ, ପ୍ରଫୁଲ୍ଳ ସାମଲ, କୁନା ବରାଳ, ଚିଦା ବାରିକ, ଶଶଧର ସ୍ୱାଇଁ, ବାପୁଜୀ ପରିଡା ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ରର ମୋଦି ସରକାର ଦେଶକୁ ରସାତଳଗାମୀ କରିସାରିଲେଣି । ଦେଶର ମେରୁଦଣ୍ଡ କୃଷକ ସମାଜ ପାଇଁ ମୋଦି ସରକାର କାଳ ସାଜିଛି । ସରକାର ବିରୋଧୀ ଦଳକୁ ଅପମାନିତ କରି ସଂସଦରେ କୃଷି ବିଲ୍ ପାଶ୍ କରାଇଛନ୍ତି । ଯାହାର ଜବାବ କୃଷକମାନେ ହିଁ ଦେବେ । କୃଷକଙ୍କ ଉନ୍ନତି ନାମରେ କେନ୍ଦ୍ର ସରକାର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଠି କରିଛନ୍ତି । କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମାର୍କେଟିଂ କରାଯିବାର ବନ୍ଦୋବସ୍ତ କରି କୃଷକଙ୍କୁ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ସରକାର ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ସରକାର ଏହି ଅଗଣତାନ୍ତ୍ରିକ ବିଲ୍‌କୁ ପ୍ରତ୍ୟାହାର କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।