Odiapua.com

କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଦେଶର ପିତା ମହାତ୍ମା ଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥୀ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ ଦାସଙ୍କ ସମେତ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି, ବରିଷ୍ଠ ନେତା ଅବଦୁଲ ମୁକିଦ ଖାଁ, ଦିଲ୍ଲୀପ ନାୟକ, ଦେବେନ୍ଦ୍ର ମହାନ୍ତି, ନାରୟଣ ପାଢ଼ୀ, ନରନାରାୟଣ ଜେନା, ପିତବାସ ଧଳ, ଏସସି ସେଲର ଚେଆରମେନ ସ୍ପନ୍ଦନ ମଲିକ ପ୍ରମୁଖ ବକ୍ତବ୍ୟ ରଖି ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ନାୟକ, ସୌମ୍ୟରଂଜନ ବାରିକ, ପ୍ରଦ୍ୟୁମ୍ନ ଦାସ, ବିଜୟ ବାରିକ, ଏକରାମ ମିର୍ଜା, ହେମନ୍ତ ମହାପାତ୍ର, ରଂଜନ ଜେନା, ନଫିସ ଖାନ, ଏନାମୁଲ ହକ୍‌, ଇଲିୟାସ ଅଲ୍ଲୀ ଖାନ ପ୍ରମୁଖ ଯୋଗଦେଇ ଉଭୟ ମହାପୁରୁଷଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।