Odiapua.com

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ : ବିଜେପି

ଭୁବନେଶ୍ୱର, ୦୭/୦୧ (ଓଡ଼ିଆ ପୁଅ) : ଆସନ୍ତା କାଲି କଂଗ୍ରେସ ଓ କମ୍ୟୁନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି। ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି। ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନ ମାନେ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ସେମାନେ ବନ୍ଦ କରିସାରିଲାଣି। କାରଣ ସେମାନେ ବୁଝିସାରିଲେଣି ଯେ ଏହି ନାଗରିକ ସଂଶୋଧନ ଆଇନରେ ସେମାନଙ୍କର କିଛି କ୍ଷତି ହେବ ନାହିଁ। ହେଲେ ବାମପନ୍ଥୀ, କଂଗ୍ରେସ ଓ ଅନ୍ୟ କେତେକ ଦଳ ସାଧାରଣ ଲୋକଙ୍କ ମନରେ ମିଛ ଗୁଜବ ପ୍ରଚାର କରି ହିଂସା କରିବା ପାଇଁ ଉସୁକାଉଥିଲେ। ହେଲେ ଦେଶର ନାଗରିକ ମାନେ ସେମାନଙ୍କର ଏହି ମିଛ ଗୁଜବକୁ ବୁଝିସାରିଲାପରେ ଏବେ ସେମାନେ ଦେଶରେ ବନ୍ଦପାଳନ କରିବା ପାଇଁ ଡାକରା ଦେଇଛନ୍ତି। ଦେଶର ଜନତା ଏମାନଙ୍କର ଏହି ବନ୍ଦ ପାଳନକୁ ସମର୍ଥନ କରିବେ ନାହିଁ। କଂଗ୍ରେସ ଓ କମ୍ୟୁନିଷ୍ଟ ମାନେ ସବୁବେଳେ ବନ୍ଦ ପାଳନ ନାଁରେ ହିଂସାକାଣ୍ଡ କରନ୍ତି। ସାରା ଦେଶରେ ଓ ଓଡିଶାରେ ଅନେକ ଥର ଏପରି ହୋଇଛି। କଂଗ୍ରେସ ଓ କମ୍ୟୁନିଷ୍ଟର ଏହି ବନ୍ଦ ପାଳନ କେବଳ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମିର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶା ପୋଲିସ ଆଗୁଆ ପଦକ୍ଷେପ ନେଇ କିପରି ଏହି ଦୁଇ ଦଳର ଗୁଣ୍ଡାମାନେ କାଲି ହିଂସା ପୋଡାଜଳା ନକରିବେ ସେଥିପ୍ରତି ସଜାଗ ରୁହନ୍ତୁ। ସାଧାରଣ ଲୋକମାନେ କେମିତି ଏମାନଙ୍କର ଗୁଣ୍ଡାରାଜରେ ପ୍ରଭାବିତ ହେବେନାହିଁ ସେଥିପାଇଁ ଧ୍ୟାନ ଦିଅନ୍ତୁ।

କଂଗ୍ରେସ ଓ ବାମପନ୍ଥୀମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି। ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତି। ଧାରା ୩୭୦ର ଉଛେଦ, ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି। ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି। କେବଳ ନିଜର ପରିଚୟ ବଂଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ ବୋଲି ଶ୍ରୀ ମହାନ୍ତି କହିଛନ୍ତି।