Odiapua.com

କଂଗ୍ରେସ ଅଫିସ ଗଳିରେ ଜବରଦଖଲ ଉଚ୍ଛେଦ

ବାଲେଶ୍ୱର, ୨୭ା୨(ଓଡ଼ିଆ ପୁଅ/ଅଭୟ ଦାସ): ଗତ କିଛିଦିନ ଧରି ସହରର ବିଭିନ୍ନ ଅଞ୍ଚଳରେ ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ପ୍ରଶାସନ ପକ୍ଷରୁ ସହରର ନିଶି ହୋଟେଲ ଛକଠାରୁ ପ୍ରୁଫ ରୋଡ଼ ପର୍ଯ୍ୟନ୍ତ କଂଗ୍ରେସ ଅଫିସ ଗଳିରେ ରାସ୍ତା ପାର୍ଶ୍ୱ ଜବରଦଖଲ ଉଚ୍ଛେଦ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟରେ ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଇଥିଲେ। ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନଟବର ପ୍ରଧାନଙ୍କ ସମେତ ପୌରପାଳିକାର ବରିଷ୍ଠ କର୍ମଚାରୀ ଏଥିରେ ଉପସ୍ଥିତ ରହି ଉଚ୍ଛେଦ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ପୋକଲିନ ସାହାଯ୍ୟରେ କଂଗେସ ଅଫିସ ଗଳିର ଉଭୟ ପାଶ୍ୱର୍ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ୧ ପ୍ଲାଟୁନ ଫୋସ ମୁତୟନ କରାଯାଇଥିଲା। ଆଗାମୀ ଦିନରେ ସହରର ଅନ୍ୟାନ୍ୟ ଅଞ୍ଚଳରେ ବି ଏହିଭଳି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ସଦର ଅତିରିକ୍ତ ତହସିଲଦାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।