Odiapua.com

କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ, ତୃଣମୂଳସ୍ତରରୁ କର୍ମୀଙ୍କ ବିଶ୍ୱାସଭାଜନ ହେବାକୁ ଆହ୍ୱାନ

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜାତୀୟ କଂଗ୍ରେସ ଏକ ରାଜନୈତିକ ଦଳ ନୁହେଁ । ଏହା ଦେଶର ଗରିବ, ଖଟିଖିଆ, ଦିନ ମଜୁରିଆଙ୍କ ପାଇଁ କଂଗ୍ରେସ ଏକ ଜନ ଆନ୍ଦୋଳନରେ ପରିଣତ ହୋଇ ସାରିଛି । ଏହି ଦଳ କେବେ କ୍ଷମତା ରାଜନୀତି ପଛରେ ଦୌଡ଼ି ନାହିଁ । ଏହି ଦଳ ଏକ ନିର୍ଦ୍ଧିଷ୍ଟ ବିଚାରଧାରା ଉପରେ ପର୍ଯ୍ୟବେଷିତ । ଜାତିର ଜନକ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ପରି ମହାପୁରୁଷଙ୍କ ନେତୃମଣ୍ଡଳୀଙ୍କ ଚିନ୍ତା ଓ ବିଚାରାଧାରା କଂଗ୍ରେସ ସଂଗ୍ରାମର ଆଦର୍ଶ ଓ ଏହାକୁ ପାଥେୟ କରି ଦଳ ସଂଗ୍ରମା ଜାରୀ ରଖିଛି ବୋଲି ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ଅବସରରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବତ ଦାସ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ କହିଛନ୍ତି । ମଙ୍ଗଳବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ ଅବ୍ୟବହିତି ପୂର୍ବରୁ ଜିଲ୍ଲା ସଭାପତି ଶ୍ରୀ ଦାସ ପ୍ରଥମେ ଦଳୀୟ ପତାକା ଉତ୍ତୋଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶ୍ରୀ ଦାସଙ୍କ ସମେତ ଭଦ୍ରକ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତି କେକ୍ କାଟି ଉକ୍ତ ଉତ୍ସବର ଶୁଭାରମ୍ଭ କରିଥିଲେ । ଭଦ୍ରକ ବିଧାନନସଭାସ୍ତରୀୟ ନେତା ଶ୍ରୀ ମହାନ୍ତି ନିଜ ଉଦବୋଧନରରେ ଦଳ ଦୀର୍ଘ ୨୧ ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିଲେ ମଧ୍ୟ, ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇ ନାର୍ହି । ଶାସକ ଦଳର ମନୋମୁଖି କାରବାର, ଅନ୍ୟାୟ, ଅତ୍ୟାଚାର, ଦୁର୍ନିତୀ ବିରୋଧରେ ସଂଗ୍ରାମ ଜାରୀ ରଖିବା ସହ ସମାଜର ସବୁଠାରୁ ତଳ ସ୍ତରରେ ଥିବା ଲୋକ ନିକଟରେ ରହିଛି ଓ ସେମାନଙ୍କ ହକ୍ ପାଇଁ ଲଢ଼େଇ ଜାରୀ ରଖିଛି । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାନ, ପିତବାସ ଧଳ, ସିତାକାନ୍ତ ଜେନା, ମମତା ନାୟକ, ଅଜୟ ସାହୁୁ, ଅଶ୍ରଫ ଅଲ୍ଲୀ ଖାନ, ସ୍ପନ୍ଦନ ମଲ୍‌ିକ, ବିଜୟ ଶଂକର ମହାନ୍ତି, ଅନନ୍ତ ପଣ୍ଡା, ଅବଦୁଲ ସଲାମ, ପ୍ରଦ୍ରୁମ୍ନ ଦାସ, ବିଜୟ ବାରିକ, ରଂଜନ ଜେନା, ରାଜୁ ସ୍ୱାଇଁ, ରାଜନ ଲାହା, ହେମନ୍ତ ମହାପାତ୍ର, ନଫିସ ଖାଁ, ଟୋନି ଅଲ୍ଲୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।