Odiapua.com

କଂଗ୍ରେସର ଭାରତ ମାନଚିତ୍ରରୁ କାଶ୍ମୀର ଗାଏବ!ମାମଲା ଋଜୁ

ଭୁବନେଶ୍ୱର;୧୫,ଅକ୍ଟୋବର:କଂଗ୍ରେସ ନେତା ମାନଙ୍କର ପାକିସ୍ଥାନ ପ୍ରୀତିର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି।ଛତିଶଗଡ଼ କଂଗ୍ରେସ ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ଜାରି କରାଯାଇଥିବା ଭାରତ ମାନଚିତ୍ରରୁ କାଶ୍ମୀର ଗାଏବ ହୋଇ ଯାଇଛି।ଏହାକୁ ନେଇ ଛତିଶଗଡ଼ ବିଜେପି ଶାଖା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏନେଇ ପ୍ରଦେଶ କଂଗ୍ରେସ ବିରୋଧରେ ମାମଲା ଋଜୁ କରିଛି।ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ନେବା ସହ ସାଇବର ଅପରାଧ ଅନୁଯାୟୀ ମାମଲା ଋଜୁ କରିବା କଥା କହିଛି।ତେବେ ଏହାକୁ ନେଇ କଂଗ୍ରେସ କ୍ଷମା ମାଗିବା ସହ ପୋଷ୍ଟଟିକୁ ହଟାଇ ଦେଇଛି।ଫଟୋ କ୍ରପ କରିବା ସମୟରେ ଏହିପରି ତୃଟି ହୋଇ ଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।ସୂଚନାଯୋଗ୍ୟ ଯେ ଏବେ କଂଗ୍ରେସ ନେତା କ୍ରିକେଟିୟର ନବଜୋତ ସିଂ ସିଦ୍ଧୁ ଦକ୍ଷିଣ ଭାରତୀୟ ଲୋକ ଏବଂ ପାକିସ୍ଥାନ ଲୋକଙ୍କ ମଧ୍ୟରେ ତୁଳନାତ୍ମକ କଥା କହି ଏକ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ।/ଦେବଦତ୍ତ