Odiapua.com

ଓୟୁଜେ ପକ୍ଷରୁ ବ୍ୟାସକବି ଜୟନ୍ତୀ

ବାଲେଶ୍ୱର, ୧୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ), ବାଲେଶ୍ୱର ଶାଖା ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୭୯ ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ଓୟୁଜେର ବାଲେଶ୍ୱର ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ସାମ୍ବାଦିକମାନେ ସ୍ଥାନୀୟ ଫକୀରମୋହନ ଗୋଲେଇସ୍ଥିତ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଓଡ଼ିଆ ଭାଷାର ତ୍ରାଣକର୍ତ୍ତା ଫକୀର ମୋହନଙ୍କ ସାହିତ୍ୟାକୃତି ଆଜି ବି ପାଠକଙ୍କଠାରେ ଭାବପ୍ରବଣତା ସୃଷ୍ଟି କରୁଛି ବୋଲି ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି। ସଂଗଠନର କାର୍ଯ୍ୟକାରୀ ସଭାପତି ରତିକାନ୍ତ ପାତ୍ର, ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ କୁମାର ଦାସଙ୍କ ସମେତ ବରଷ୍ଠ କର୍ମକର୍ତ୍ତା ମାନସ କୁମାର ବିଶ୍ୱାଳ, ଉବାଚକ ମହାନ୍ତି, ଅଜିତ କୁମାର ମହାନ୍ତି, ଅଧିପ କୁମାର ଜେନା, ମନୋଜ କୁମାର ରାଉଳ, ଆଶୁତୋଷ ମଲ୍ଲିକ, କଳିଙ୍ଗ ସାହୁ, ପ୍ରସନ୍ନଜିତ ଆଶ୍‌, ଅରୁପ ନାରାୟଣ ମହାନ୍ତି, ଅର୍ଦ୍ଧେନ୍ଦୁ ଶେଖର ମିଶ୍ର, ମହମ୍ମଦ ହାଇଦର ଖାଁ, ହିମାଂଶୁ ଦାସ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।