Odiapua.com

ଓୟୁଜେ ପକ୍ଷରୁ ଫୁଲୱାମା ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, ୧୪ା୨(ଓଡ଼ିଆ ପୁଅ/ଅଭୟ ଦାସ): ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦ୍ୱିତୀୟ ବାର୍ଷିକ ପୂର୍ତ୍ତି ଅବସରରେ ଓଡ଼ିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ବାଲେଶ୍ୱର ଜିଲ୍‌ା ଶାଖା ପକ୍ଷରୁ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଓୟୁଜେର ଜିଲା ସଭାପତି ଗଙ୍ଗାଧର ରାଉତଙ୍କ ନେତୃତ୍ୱରେ ସ୍ଥାନୀୟ ସିନେମା ଛକଠାରେ କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହିତ ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଭାରତ ଭଳି ଶାନ୍ତିପ୍ରିୟ ରାଷ୍ଟ୍ରର ସୁରକ୍ଷା ପାଇଁ ସୀମାନ୍ତରେ ମୁତୟନ ହୋଇଥିବା ସୈନିକଙ୍କ ମନୋବଳକୁ ବୃଦ୍ଧି ପାଇଁ ଦେଶବାସୀ ସର୍ବଦା କାମନା କରିଆସିଛନ୍ତି। ପଡ଼ୋଶୀ ରାଷ୍ଟ୍ର ସହ ସର୍ବଦା ଉତ୍ତମ ସମ୍ପର୍କ ରକ୍ଷା ପାଇଁ ଭାରତ ୁଦ୍ୟମ ଜାରି ରଖିଥିବା ବେଳେ ଆତଙ୍କବାଦୀ ସଂଗଠନ ଏହାକ ନଷ୍ଟ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ବର୍ବରୋଚିତ କାର୍ଯ୍ୟ। ଏଭଳି ଶକ୍ତିର ବିନାଶ ପାଇଁ ପ୍ରତ୍ୟେକ ମହଲରୁ ଉଦମ ରହିବା ଉଚିତ ବୋଲି ଓୟୁଜେର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ କୁମାର ଦାସଙ୍କ ସମେତ ସଦସ୍ୟ ମାନସ କୁମାର ବିଶ୍ୱାଳ, ମନୋଜ କୁମାର ରାଉଳ, ଅଜିତ କୁମାର ମହାନ୍ତି, ଅଧୀପ କୁମାର ଜେନା, ଶେଖ ନଜିମ, ଆଜିମ ବାଳେଶ୍ୱରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।