Odiapua.com

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଭଦ୍ରକ ଜିଲ୍ଲାପାଳ ଓ ଶିକ୍ଷାଧିକାରୀ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଓଷ୍ଠା ଓ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘଦିନ ଧରି ଶିକ୍ଷକ ଓ ଅଧ୍ୟାପକମାନେ ଶିକ୍ଷକ ମାରପନୀତିରେ ଜର୍ଜରିତ। ବ୍ଲକଗ୍ରାଣ୍ଟ ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଚାକିରୀ ସର୍ତ୍ତାବଳୀ, ପେନ୍‌ସନ୍‌ର ସୁବିଧା ସୁଯୋଗ ପାଇଁ ବାରମ୍ବାର ଶିକ୍ଷକଟିଏ ସ୍କୁଲ ଛାଡ଼ି ରାଜରାସ୍ତାକୁ ଓହ୍ଲାଇଛି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଶିକ୍ଷା ହେଉଛି ସରକାରଙ୍କର ଦାୟିତ୍ୱ। ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହେବ। ୯୧୬ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୨୬୦୮ ମାଧ୍ୟମିକ ବିଦ୍ୟାଳୟ, ୬୬୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୪୮୮ଟି ମହାବିଦ୍ୟାଳୟ, ମଦ୍ରାଶା ଓ ସଂସ୍କୃତ ଶିକ୍ଷାନୁଷ୍ଠାନ ମାନଙ୍କର କାର୍ଯ୍ୟରତ ଶିକ୍ଷକ, କର୍ମଚାରୀ ୧୫ ରୁ ୨୦ ବର୍ଷ ଧରି ବିନା ବେତନାରେ କାର୍ଯ୍ୟ କଲାପରେ ଓଡ଼ିଶା ସରକାର ସେମାନଙ୍କୁ ବ୍ଲକଗ୍ରାଣ୍ଟ ଓ ପରେ ପରେ ନୂତନ ଅନୁଦାନ ପ୍ରଦାନ କରିଛନ୍ତି। କିନ୍ତୁ ୧୧ମାସ ବିତିଯାଇଥିଲେ ମଧ୍ୟ ସରକାରର ପାଖରୁ କିଛି ତଥ୍ୟ ଆସିନାହିଁ। ସେଥିପାଇଁ ଶିକ୍ଷକ ଓ ଅଧ୍ୟାପକମାନେ ରାଜରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହୋଇଛନ୍ତି।

ଆଗାମୀ ୧୭ ତାରିଖରେ ହଜାର ହଜାର ଶିକ୍ଷକ ଓ ଅଧ୍ୟାପକମାନେ ରାଜ୍ୟସ୍ତରୀୟ ବିକ୍ଷୋଭରେ ଯୋଗଦେବା ପାଇଁ ଶିକ୍ଷକ ନେତୃବୃନ୍ଦ ଆହ୍ୱାନ କରିଛନ୍ତି।ଦାବି ଗୁଡ଼ିକୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ଅର୍ଥମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ମୁଖ୍ୟ ସଚୀବ, କମିଶନର, ପ୍ରିନ୍ସପାଲ ସେକ୍ରେଟେରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଗଲା ବୋଲି ରାଜ୍ୟ ସଂପାଦିକା ସୁରଜିତା ନାୟକ, ସଭାପତି ଉମାକାନ୍ତ ପରିଡ଼ା, ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଦାଶ, ମନୋରଂଜନ ପଣ୍ଡା, ସୁବଳ ପତ୍ରୀ, ପ୍ରଭାତ ପାଣିଗ୍ରାହୀ, ହେମନ୍ତ ସୂତାର, ଅରୁଣ ଶତପଥି, ବସନ୍ତ ଦାସ, କମଳାକାନ୍ତ ନାୟକ, ଦେବବ୍ରତ ତ୍ରିପାଠୀ, ପର୍ଶୁରାମ ପାଢ଼ୀ, ଅନିଲ୍ ମିଶ୍ର, ମଦ୍ରାସା ସଂଘରୁ ଅବ୍‌ତାବ୍ ଦୟାନ୍‌, ଅଲ୍‌ଓଷ୍ଟା ଉପେନ୍ଦ୍ର ବିଶ୍ୱାଳ, ଅଶୋକ ରାଉତ, ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସଙ୍କ ନେତୃତ୍ୱରେ ସଂଘ ଅଫିସ୍‌ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଓ ଶିକ୍ଷାଧିକାରୀଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।