Odiapua.com

ଓଡ଼ିଶା ସିନିଅର ନେଟ୍‌ବଲ ଦଳରେ ଭଦ୍ରକରୁ ସୌମ୍ୟ

ଭଦ୍ରକ, ୨-୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୭ତମ ସିନିଅର ଜାତୀୟ ନେଟବଲ ଚାମ୍ପିଅନସିପ୍ ପାଇଁ ଓଡ଼ିଶା ଦଳରେ ଭଦ୍ରକର ସୌମ୍ୟ ରଂଜନ ବେହେରା ସ୍ଥାନ ପାଇଛନ୍ତି। ସୌମ୍ୟ ଓଡ଼ିଶା ଦଳ ସହିତ ହରିଆନାର ଭିୱାନୀ ଗସ୍ତ କରିଛନ୍ତି। ସୌମ୍ୟ ଏଥି ପୂର୍ବରୁ ସବ୍ ଜୁନିଅର ଓ ଜୁନିଆର ବାଳିକା ଦଳରେ ଭଦ୍ରକରୁ ୪ଜଣ ଖେଳାଳୀ ଆଦ୍ୟାଶା ଅଦିତି ବେହେରା, ଲିପ୍‌ଶିଖା ମହାଳିକ, ଦିପ୍ତିମୟୀ ଦାସ, ଜୟଶ୍ରୀ ଦାସ ପ୍ରତିନିଧିତ୍ୱ କରିଥିବା ବେଳେ ସୌମ୍ୟ ପ୍ରଥମ ଥର ପାଇଁ ବାଳକ ଦଳରେ ସ୍ଥାନ ପାଇଛନ୍ତି। ତାଙ୍କର ସଫଳତା ପାଇଁ ଭଦ୍ରକ ଜିଲ୍ଲା ନେଟ୍‌ବଲ ସଭାପତି ତନ୍ମୟ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ୱାମିତ୍ର ବେହେରା, ସମ୍ପାଦକ ମନୋଜ କୁମାର ସାହୁ, ଉପସଭାପତି ଅଭିଷେକ ମହାନ୍ତି ଓ ବି ପିତାମ୍ବର ରେଡ୍ଡୀ, ସହସମ୍ପାଦକ ପୁଷ୍ପାଞ୍ଜଳି ପ୍ରଧାନ ଓ ସଞ୍ଜୟ ଭୋଇ, ଅମ୍ରିତା ବିଶ୍ୱାଳ, ଚେୟାରମ୍ୟାନ୍ ମନୋଜ କୁମାର ଦାସ ପ୍ରମୁଖ କାମନା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି।