Odiapua.com

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଭଦ୍ରକର ଧାମନଗର ଠାରେ ଜିଲ୍ଳା ସ୍ତରୀୟ ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଭଦ୍ରକର ଧାମନଗର ଠାରେ ଏକ ଦିବସୀୟ ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଡ଼ିସେମ୍ବର ମାସ ୧୯ତାରିଖ ପୂର୍ବାହ୍ନ ୧୦ଟାରେ ଧାମନଗର ମହାବିଦ୍ୟାଳୟ ଠାରେ କୋଭିଡ଼ ନିୟମ ପାଳନ ମଧ୍ୟରେ ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଉଦ୍‌ଘାଟନ, ଦ୍ୱିତୀୟ ଅଧିବେଶନରେ ଆଲୋଚନା ଚକ୍ର ଓ ତୃତୀୟ ଅଧିବେଶନରେ କବିତା ପାଠ କରାଯିବା ସହ ଆସନ୍ତା ଜାନୁଆରୀ ଠାରୁ ମାର୍ଚ୍ଚ ମଧ୍ୟରେ ଅନ୍ୟ କେତେକ କାର୍ଯ୍ୟକ୍ରମ ଭଦ୍ରକରେ ଅନୁଷ୍ଠିତ ହେବାର ପ୍ରସ୍ତାବ ରହିଛି ବୋଲି ଏକାଡ଼େମୀର ନବନିଯୁକ୍ତ ସଚିବ ପ୍ରବୋଧ ରାଉତ ଜଣାଇଥିବା ବିଷୟ ସମ୍ପର୍କରେ ଏହାର ସଦସ୍ୟ ପବିତ୍ର ପାଣିଗ୍ରାହୀ ଓ ପୂର୍ଣ୍ଣଚନ୍ଦ୍ର ବହଳୀ ପ୍ରସ୍ତୁତି ବୈଠକରେ ପ୍ରକାଶ କରିଥିଲେ । ଏକାଡ଼େମୀ ପକ୍ଷରୁ ପ୍ରଥମଥର ପାଇଁ ଧାମନଗର ଠାରେ ସାରସ୍ୱତ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରୁ ସ୍ୱାଗତ ସହ ଏକାଡ଼େମୀର ସଚିବ ଓ ସଭାପତିଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ବିଷ୍ଣୁ ସେଠୀ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଅତିରିକ୍ତ ଜିଲ୍ଳାପାଳ ଅରୁଣ ମହାପାତ୍ର, ଡ଼ଃ. ଶଶଧର ଦାସ, ଡ଼ଃ. ନୃସିଂହ ଷଡ଼ଙ୍ଗ. ବିଜୟ ନାୟକ, ଡ଼ଃ. ବୈରାଗୀ ପଟ୍ଟନାୟକ, କହ୍ନେୁଚରଣ ପାଣିଗ୍ରାହୀ, ଶଶିକାନ୍ତ ପଣ୍ଡା, ରାଧାରାଣୀ ମହାପାତ୍ର, ଡ଼ଃ. ଅବନୀ ପ୍ରଧାନ, ଦିବ୍ୟସିଂ ଦାସ ଅଧିକାରୀ, ବାସୁଦେବ ତ୍ରିପାଠୀ, ରସାନନ୍ଦ ମହାପାତ୍ର, ସୋମନାଥ ଓଝା, ପ୍ରୀତିଲତା ପଣ୍ଡା, ମମତା ସାହୁ, ଅଭୟ ସୁତାର ପ୍ରମୁଖ ଅତିଥିଭାବେ ଯୋଗଦେବେ । ଏଥିସହିତ ଜିଲ୍ଳାର ୭ଟି ବ୍ଲକରୁ ନିମନ୍ତ୍ରିତ ୬୦ରୁ ଉର୍ଦ୍ଧ୍ୱ କବି ଏଥିରେ ଅଂଶଗ୍ରହଣ କରିବେବୋଲି ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ବହଳୀ ଜଣାଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଡ଼ଃ. ସମୀର କୁମାର ହୁଇ, ସଜଲ କୁମାର ମହାନ୍ତି, ଅଜୟ କୁମାର ବେଜ, ପ୍ରକାଶ ଚନ୍ଦ୍ର ମହାପାତ୍ର, ମନୋଜ କୁମାର ସ୍ୱାଇଁ, ସଂଜୟ କୁମାର ପଣ୍ଡା, ଏମ୍‌ଡ଼ି ଇସ୍ରାଇଲ୍‌, ବିନାୟକ ସାହୁ, ଗୋପାଳଚନ୍ଦ୍ର ବେହେରା, ବନମାଳୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।