Odiapua.com

ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ହେଲେ ଅଶୋକ ନାୟକ

ନୟାଗଡ଼, ୨୨ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ନୟାଗଡ଼ର ସୁସାହିତ୍ୟିକ, ସୁଲେଖକ, ଇଟାମାଟି ଯଦୁମଣି ସାହିତ୍ୟ ସଂସଦର ସଭାପତି ତଥା ଇଟାମାଟି କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାୟକ। ସେ ନୟାଗଡ଼ ଜିଲା ପକ୍ଷରୁ ସାହିତ୍ୟ ଏକାଡେମୀର ସଦସ୍ୟତା ଲାଭ କରିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି। ଏହା ପୂର୍ବରୁ ପରମ୍ପରାର ସଂପାଦକ ନିର୍ମଳ ଚନ୍ଦ୍ର ଶୂରଦେଓ ଓ ସାହିତ୍ୟିକ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟତା ଲାଭ କରିଥିଲେ।। ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ସଦସ୍ୟତା ସମୟ ୩ବର୍ଷ ହୋଇଥିବାବେହଳେ ନୟାଗଡ଼ର ସଭ୍ୟ ପଦବୀର ଅବଧୀ ଜୁଲାଇ ମାସରେ ଶେଷ ହେବାକୁ ଥିଲା। ଯାହାକି ସାହିତ୍ୟ ଏକାଡେମୀର ନୟାଗଡ଼ ଜିଲା ନୂଆ ସଦସ୍ୟ ଭାବେ ଅଧ୍ୟକ୍ଷ ଅଶୋକ ନାୟକ ମନୋନୀତ ହୋଇଥିଲେ। ତେବେ ଏହି ସଦସ୍ୟତାକୁ ନେଇ କିଛିଦିନ ହେଲା ଜିଲାର ବିଭିନ୍ନ ସଂଗଠନରେ ଆଲୋଚନା ଜୋର ଧରିଥିବାବେଳେ ତାହା ଏବେ ଅବସାନ ଘଟିଛି। ଅଧ୍ୟକ୍ଷ ଅଶୋକ କୁମାର ନାୟକ ସାହିତ୍ୟ ଏକାଡେମୀର ସଦସ୍ୟ ହେଲା ପରେ ସାହିତ୍ୟ କ୍ଷେତ୍ରରେ ନୟାଗଡ଼ ଜିଲାପାଇଁ କିଛି ନୂତନତା ଆଣିପାରିବେ ବୋଲି ଆଶା କରାଯାଉଛି।