Odiapua.com

ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ୧୦ମ ବାର୍ଷିକ ଭଦ୍ରକ ଜିଲା ସମ୍ମିଳନୀ

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ୧୦ମ ବାର୍ଷିକ ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲା ସଭାପତି ଜ୍ଞାନ ପ୍ରକାଶ ପାଣିଙ୍କ ସଭାପତିତ୍ୱରେ ଆୟୋଜିତ ସଭାକୁ ଉଦ୍‌ଘାଟକ ଭାବେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ଉଦ୍‌ଘାଟନ କରିବା ସହ ସାମ୍ବାଦିକ ସମାଜ ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଭାବେ ଜିଲାପାଳ ତ୍ରିଲୋଚନ ମାଝୀ ଯୋଗଦେଇ ସାମ୍ବାଦିକମାନେ ନିର୍ଭିକ ଓ ସତ୍ୟ ତଥ୍ୟ ଭିତ୍ତିକ ଖବର ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା, ସେମାନଙ୍କ ଜୀବନ ଯାପନ ପ୍ରଣାଳୀ ଓ ବର୍ତ୍ତମାନର ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ । ସରକାର ସାମ୍ବାଦିକଙ୍କ ଦାବୀ ଉପରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ବୋଲି କହିଥିଲେ ।

ସେହିପରି ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ପିତାମ୍ବର ସାମଲ, ଅମୃତ ଦର୍ଶନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଜିଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ ଓ ରାଜ୍ୟ ସଂଯୋଜକ ବିଶ୍ୱରଂଜନ ପାଣିଗ୍ରାହୀ ନିଜର ସାରଗର୍ଭକ ମତପୋଷଣ କରିଥିଲେ । ଜିଲା ସଂପାଦକ ଉଦ୍ଧବ ଚରଣ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ ସଂଘର ବରିଷ୍ଠ ସଭ୍ୟ ବିରେନ୍ଦ୍ର ଯେନା ପ୍ରାରମ୍ଭିକ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗୋ-ସେବା, ସମାଜ ସେବା, ରକ୍ତଦାନ ଭଳି ନିଃସ୍ୱାର୍ଥପର ସେବା ଯୋଗାଉଥିବା ଉତ୍ସର୍ଗ ସଂଗଠନ, ସହୀଦ ଭଗତ ସେନା, ଭଦ୍ରକ ସୋସିଆଲ ସର୍ଭିସ୍ ଓ ୫ ଜଣ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲାର ସାମ୍ବାଦିକମାନେ ଏବଂ ସଂଘର ସମସ୍ତ ବ୍ଲକ୍‌ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୋଦ ରାୟ, ଦିଲ୍ଲୀପ ଖୁଣ୍ଟିଆ, ଡ. ହରିହର ନାୟକ ସାମ୍ବାଦିକମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଯୁଗ୍ମ ସଂପାଦକ ଲକ୍ଷ୍ମୀକାନ୍ତ ନାଥ, ଉପସଭାପତି ସଂଜୟ ଦାସ, ଦେବାଶିଷ ମହାନ୍ତି, ଅମୀୟ ମହାନ୍ତି, ପ୍ରଶାନ୍ତ ସିଂ, ମାର୍କଣ୍ଡ ଧଡା, ପ୍ରମୋଦ ରାଉତ, ରାମନାରାୟଣ ମିଶ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।