Odiapua.com

ଓଡ଼ିଶା ସରକାରୀ ହାଇସ୍କୁଲ ଏନ୍‌.ପି.ଏସ୍ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୦୪ ରୁ ୨୦୧୩ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ସହ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡ଼ର ପୁନର୍ଗଠନ ସମ୍ବଳିତ ଦୁଇଦାବୀ ଆସନ୍ତା ୧୩ ତାରିଖ ସୁଦ୍ଧା ପୂରଣ କରାଯାଉ, ନଚେତ ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବା ସହ ସମସ୍ତ କ୍ଷେତ୍ରରେ ଅସହଯୋଗ କରାଯିବ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ (ମାଧ୍ୟମିକ) ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଅଛି ।