Odiapua.com

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନାଟ୍ୟଶ୍ରୀଙ୍କୁ ବହୁ ଅଭିନନ୍ଦନ

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁପ୍ରସିଦ୍ଧ ନାଟ୍ୟକାର, ଦୂରଦର୍ଶନ, ମଞ୍ଚ, ଆକାଶବାଣୀ, ଚଳଚ୍ଚିତ୍ର କଳାକାର ନାଟ୍ୟଶ୍ରୀ ନିର୍ମଳ ରାଉତ ଚଳିତ ବର୍ଷ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କୃତ ହେବା ପରେ ଭଦ୍ରକ ଜିଲ୍ଲା ତଥା ସମଗ୍ର ଓଡିଶା, ଓଡ଼ିଶା ବାହାରୁ ତାଙ୍କୁ ବହୁ ଶୁଭେଚ୍ଛା ଏବଂ ଅଭିନନ୍ଦନର ସୁଅ ଛୁଟିଛି । ଗୀତିନାଟ୍ୟ ରଚନା କ୍ଷେତ୍ରରେ ନାଟ୍ୟଶ୍ରୀଙ୍କୁ ୨୦୨୦ ମସିହା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି । ତାଙ୍କର ଏହି ସଫଳତା ପ୍ରାପ୍ତି ପରେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଧ୍ୟାପକ ନିହାର ରଂଜନ କର, ଇଂ ଅଭୟ ସୂତାର, ସାମ୍ବାଦିକ ରବି ଖିଲାର, ଇଂ ଶଶାଙ୍କ ପଣ୍ଡା, କଳାକାର ମଞ୍ଚର ସମ୍ପାଦକ କାଳନ୍ଦୀ ମଲ୍ଲିକ, ହେମନ୍ତ ନାୟକ, କଳ୍ପନା ଜେନା, ଜାନକୀ ପାଢୀ, ବିଜୟ ବହଳୀ, ନର ପରିଡ଼ା, ସୁବାସ ମଲ୍ଲିକ, ଅମିୟ ମହାପାତ୍ର, କାଦମ୍ବରୀ କରଶର୍ମା, ଗୌରାଙ୍ଗ ବାରିକ, ପଦ୍ମନାଭ ପଣ୍ଡା, ପ୍ରକାଶ ମହାପାତ୍ର, ସନ୍ତୋଷ ଦାସ, ଅରୂପାନନ୍ଦ ନାୟକ, ଅକ୍ଷୟ ଜେନା, ଦିବ୍ୟସିଂହ ଦାସଅଧିକାରୀ, ଡ. ଅବନୀ ପ୍ରଧାନ, ଶ୍ରୀକାନ୍ତ ନାୟକ, ସୁବାସ ରାମ, ଡ. କେଶବ ଜେନା, ସୁରେଶ ଜେନା ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନୁରୂପ ଭାବେ ନାଟ୍ୟଶ୍ରୀଙ୍କ ପକ୍ଷରୁ ସଂଗୀତଜ୍ଞ ଡ. କୀର୍ତ୍ତିନ ନାରାୟଣ ପାଢୀ, ଜିଲ୍ଲାର ପୂର୍ବତନ ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତ, ରୋଟାରିଆନ ଶିଶିର ମିଶ୍ର, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଡ. ପଦ୍ମକାନ୍ତ ଧଳ, ନାଟ୍ୟକାର ପ୍ରଫେସର ଅଟଳ ବିହାରୀ ନାୟକ, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ପବିତ୍ର ପାଣିଗ୍ରାହୀ, ଡ. ମନିନ୍ଦ୍ର ମହାନ୍ତି, ଅଭୟ ଦ୍ୱିବେଦୀ, ବାସୁଦେବ ବାରିକ, ଡ ଅଭୟ ଦାସ, କବି ନରେଶ ମଣ୍ଡଳ, କଳାନିର୍ଦ୍ଦେଶକ ବାବୁ ନିରନ୍‌, ବିଶ୍ୱଭର ପଣ୍ଡା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।