Odiapua.com

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ କର୍ମଶାଳା

ସମ୍ବଲପୁର, ୨୫/୬ (ଓଡ଼ିଆ ପୁଅ) ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବଲପୁର ଠାରେ କାନାଡ଼ାର ରାଜ୍ୟଗୋଷ୍ଟି ଲାର୍ନିଂଗ ସହଯୋଗରେ ମୁକ୍ତ ଶିକ୍ଷା ସମ୍ବଳର ଗୁଣାତ୍ମକମାନକୁ ସୁନିଶ୍ଚିତ କରଣ ବିଷୟ ଉପରେ ଏକ ତ୍ରିଦିବସୀୟ କର୍ମଶାଳା ଅନୁଷ୍ଟିତ ହୋଇଯାଇଛି।ବିଭିନ୍ନ ମୁକ୍ତ ଶିକ୍ଷା ବ୍ୟବସ୍ତା ଓ ଦୂରଶିକ୍ଷା ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ନିଜସ୍ୱ ଅଧ୍ୟୟନର ପାଇଁ ଆନୁସାଂଗିକ ସୁବିଧା ସୃଷ୍ଟି ସକାଶେ ସୁବିଧା ପ୍ରଦାନ ପାଇଁ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।ଏଥିରେ ଆନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବିଶେଷଜ୍ଞ ଏ. ମୋର ମୁକ୍ତ ଶିକ୍ଷା ବ୍ୟବସ୍ତାରେ ଗୁଣାତ୍ମକ ସଂସ୍କୃତି ବିକଶିତ କରିବା ଏବଂ ଉପଯୁକ୍ତ ପାଠ୍ୟ ଖସଡ଼ା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ। ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ଯେପରି ନିଜେ ନିଜେ ପାଠ ପଢିପାରିବେ, ତାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଓ ଆନୁଷାଂଗିକ ପୁସ୍ତକ ଆଦି ତିଆରି କରାଯିବା ସମ୍ପର୍କରେ ମଧ୍ୟ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା। କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଶ୍ରୀକାନ୍ତ ମହାପାତ୍ର କହିଲେ ଯେ, ରାଜ୍ୟ ମୁକ୍ତ ଓ ଦୂର ଶିକ୍ଷା ବ୍ୟବସ୍ତାରେ ସଂସ୍କାର ସହିତ ଏହକୁ ଯୁଗୋପଯଯୋଗୀ କରିବା ଏବଂ ଏଥିରେ ଗୁଣାତ୍ମକ ମାନକୁ ବଜାୟ ରଖିବା ସକାଶେ ପ୍ରଥମ କରି ଏହି ଧରଣର କର୍ମଶାଳା ଆୟୋଜନ କରାଯାଇଛି। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର ଅଧୀକୃତ େଓବସାଇଟରେ ସମସ୍ତ ପାଠ୍ୟକ୍ରମର ବିଷୟ ବସ୍ତୁ ଓ ଅନ୍ୟାନ୍ୟ ଉପକରଣ ଛାତ୍ରଛାତ୍ରୀଙ୍କ ପାଇଁ ସଦାବେଳେ ମହଜୁଦ ରହିଛି। ଏହା ସାଧାରଣଲୋକେ ମଧ୍ୟ ଉପଯୋକରିପାରିବେ। ସମସ୍ତଙ୍କ ପାଖରେ ଜ୍ଞାନ ପହଂଚାଇବା ପାଇଁ ଓ ଧାଡ଼ିର ଶେଷ ବ୍ୟକ୍ତିଙ୍କ ପାଖରେ ଶିକ୍ଷାକୁ ଉପଲବ୍ଦ କରିବା ପାଇଂ ଏହି ଯତ୍ନ ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କର୍ମଶାଳାରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ।