Odiapua.com

ଓଡ଼ିଶା ଯୁବ କଂଗ୍ରେସର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ‘ପ୍ରତିଜ୍ଞା’ ଉଦ୍‌ଘାଟିତ

ଭୁବନେଶ୍ୱର, ୨୮ା୦୮ (ଓଡ଼ିଆ ପୁଅ) : ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ‘ପ୍ରତିଜ୍ଞା’ ଆଜି ବରଗଡ଼ ଜିଲ୍ଲା ପାଇକମାଳ ନୃସିଂହନାଥ ପୀଠରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନ ଦିବସରେ ସର୍ବପ୍ରଥମେ ନୃସିଂହନାଥ ପୀଠରେ ସଫାଇ କରାଯାଇଥିଲା। ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କାଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପତାକା ଉତୋଳନ କରି ଶିବିରର ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ଅତିଥିଭାବେ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଡ. ବିଶ୍ୱଭୂଷଣ ମହାନ୍ତି, ବିଧାୟକ ଅଧିରାଜ ପାଣିଗ୍ରାହୀ, ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଘସିରାମ ମାଝୀ, ଯୁବନେତା ନିପନ ଦାସ ପ୍ରମୁଖ ଯୋଗ ଦେଇ କଂଗ୍ରେସର ବିଚାରଧାରାକୁ ଆଗାମୀପିଢ଼ୀ ପାଖରେ ପହଂଚାଇବା ଦାୟିତ୍ୱ ଯୁବ କଂଗ୍ରେସର ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ବିଭାଗର ମୁଖ୍ୟ ସନ୍ତୋଷ କୁଲକୁଣ୍ଡା, ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶେଷ ନାରାୟଣ ଓଝା, ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତ, ସୁମିତ ବଶିଷ୍ଟ, ଚୈତନ୍ୟ କ୍ରିଷ୍ଣା ରେଡ୍ଡୀ ପ୍ରମୁଖ ଯାଗଦେଇ ପ୍ରଥମ ଦିନର ବିଭିନ୍ନ ଅଧିବେଶନକୁ ସମ୍ବୋଧିତ କରିଥିଲେ।।