Odiapua.com

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସଂଗଠନର ଜନସେବା ମୂଳକ ଉଦ୍ୟମକୁ ଭୟସ୍ୱୀ ପ୍ରଶଂସା କରିଥିଲେ। ଫକୀର ମୋହନ କଲେଜ ଛାତ୍ର ସଂସଦର ପୂର୍ବତନ ସଭାପତି ଛାତ୍ରନେତା ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଓଡ଼ିଶା ମୋ ପରିବାରର ବାଲେଶ୍ୱର ଜିଲା ସଂଯୋଜକ ସାହିରୁଲ ହକ୍‌, ଯୁବନେତା ପିଣ୍ଟୁ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତାଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରନେତା ଅଭିଜିତ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ରୀମା ଜୋଶେଫ, ଅଭିଜିତ୍ ଦାସ, ଶୁଭଜିତ୍ ଭୋଇ, ବିବେକ କୁମାର ମହାନ୍ତି, ହରିହର ମନ୍ତ୍ରୀ, ଜସ୍ମିନ୍ ଗିରି, ଶ୍ରରାମ ପ୍ରଧାନ, ଦେବଲ୍ୟାଣ ଗିରି, ବିକି ବେହେରା, ସ୍ୱସ୍ତିକ୍ ଗୁଡ଼ୁ, ହ୍ରିତିକ୍ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଶିବିର ଶେଷ ସୁଦ୍ଧା ମୋଟ ୩୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିବା ବେଳେ ଆଗାମୀ ଦିନରେ ଏହିଭଳି ଶିବିର ନିୟମିତ ଅନୁଷ୍ଠିତ ହେବ ବୋଲି ଶୁଭମ ସାଇ ମହାପାତ୍ର ସୂଚନା ଦେଇଥିଲେ।