Odiapua.com

‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର

ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ସଂଗଠନର ଜନସେବା ମୂଳକ ଉଦ୍ୟମକୁ ଭୟସ୍ୱୀ ପ୍ରଶଂସ କରିଥିଲେ। ଛାତ୍ରନେତା ହ୍ରିତିକ୍ ନାୟକଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଓଡ଼ିଶା ମୋ ପରିବାରର ବାଲେଶ୍ୱର ଜିଲ୍ଲା ସଂଯୋଜକ ସାହିରୁଲ ହକ୍‌, ଯୁବନେତା ପିଣ୍ଟୁ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେଇ ରକ୍ତାଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶୁଭମ ସାଇ ମହାପାତ୍ର, ଅଭିଜିତ ବିଶ୍ୱାଳ, ରୀମା ଜୋଶେଫ, ଅଭିଜିତ୍ ଦାସ, ଶୁଭଜିତ୍ ଭୋଇ, ବିବେକ କୁମାର ମହାନ୍ତି, ହରିହର ମନ୍ତ୍ରୀ, ଜସ୍ମିନ୍ ଗିରି, ଶ୍ରରାମ ପ୍ରଧାନ, ଦେବଲ୍ୟାଣ ଗିରି, ବିକି ବେହେରା, ସ୍ୱସ୍ତିକ୍ ଗୁଡ଼ୁ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଆଗାମୀ ଦିନରେ ଏହିଭଳି ଶିବିର ନିୟମିତ ଅନୁଷ୍ଠିତ ହେବ ବୋଲି ଛାତ୍ରନେତା ହ୍ରିତିକ୍ ନାୟକ ସୂଚନା ଦେଇଥିଲେ।