Odiapua.com

ଓଡ଼ିଶା ପ୍ରାଥମିକ ବି.ଏଡ୍‌. ଶିକ୍ଷକ ମହାସଂଘର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର, ୧୮ା୯ (ଓଡ଼ିଆ ପୁଅ) : ଓଡ଼ିଶା ପ୍ରାଥମିକ ବି.ଏଡ୍ ଟିଚର୍ସ ଫେଡେରେସନ୍ (ଓଇବିଟିଏଫ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱରସ୍ଥ ଇନ୍ଦିରାଗାନ୍ଧୀ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ଜିଲ୍ଲାର ତୃଣମୂଳ ସ୍ତରରୁ ସଂଗଠନକୁ ଦୃଢୀଭୂତ କରି ଆଗାମୀ ଦିନରେ ରାଜ୍ୟରେ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଓ ଏଲିମେଣ୍ଟାରୀ ସ୍ତରରେ ଗୁଣାତ୍ମକ ଶିକ୍ଷାକୁ ନ୍ୟୁନ କରିବା ପାଇଁ ହେଉଥିବା ଚକ୍ରାନ୍ତ ବିରୁଦ୍ଧରେ ଏକ ଆନ୍ଦୋଳନ ଗଢିତୋଳିବାପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। ୧୯୯୭ ମସିହା ଓ ୨୦୧୪ ମସିହାର କ୍ୟାଡର ରୁଲ୍‌ର ସଂଶୋଧନ କରାଯାଇ ଶିକ୍ଷା ଅଧିକାର ଆଇନ୍ ୨୦୧୦ର ବିରୁଦ୍ଧାଚରଣକୁ ସଂଘରେ ନିନ୍ଦା କରାଯାଇଥିଲା। ଉଚ୍ଚ ପ୍ରାଥମିକ ସ୍ତରରେ ବିଷୟଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯାଇ ମଧ୍ୟ ସେମାନଙ୍କୁ ଏହି ଶିକ୍ଷକର ମାନ୍ୟତା ଦେବା ପରିବର୍ତ୍ତେ ସି.ଟି. ଯୋଗ୍ୟତାଧାରୀ ଶିକ୍ଷକମାନଙ୍କୁ ପଦୋନ୍ନତି ମାଧ୍ୟମରେ ଏହି ପଦବୀ ପୂରଣ କରିବା କେତେଦୂର ଯଥାର୍ଥ ତାହା ରାଜ୍ୟର ଶିକ୍ଷାବିତ୍‌, ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ଏହାଦ୍ୱାରା ରାଜ୍ୟର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ମାନ କିପରି ବଜାୟ ରହିବ ତାହା ଅନୁମେୟ। ତୁରନ୍ତ ଏହି ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲ୍‌ର ସଂଶୋଧନ ପୂର୍ବକ ଉପଯୁକ୍ତ ଯୋଗ୍ୟତା ସମ୍ପନ୍ନ (ବି.ଏ.-ବି.ଏଡ୍ ଓ ବି.ଏସ୍‌ସି-ବି.ଏଡ୍‌) ଶିକ୍ଷକମାନଙ୍କୁ ବିଷୟ ଭିତ୍ତିକ ଶିକ୍ଷକ ପଦବୀକୁ ମାନ୍ୟତା ପୂର୍ବକ ଏଲିମେଣ୍ଟାରୀ ଶିକ୍ଷାକୁ ଦୃଢୀଭୂତ କରିବା ପାଇଁ ସଭାରେ ମତ ପ୍ରକାଶ ପାଇଥିଲା।

ନୂତନ ଶିକ୍ଷାନୀତିକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଷ୍ଟାପିଂ ପାଟର୍ଣ୍ଣ (ଯୋଗ୍ୟ ଶିକ୍ଷକ ମଣ୍ଡଳୀ) ସୃଷ୍ଟି କରିବା ସହିତ ବିଜ୍ଞାପନ ଆଧାରରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଟିଜିଟି ଶିକ୍ଷକମାନଙ୍କୁ ମୂଳଦରମା ଟ.୯୩୦୦/- ଓ ଗ୍ରେଡ୍ ପେ ଟ.୪୨୦୦/- ପ୍ରଦାନ କରିବା ସହ ୬ ବର୍ଷର ଠିକା ଚାକିରୀର ଅବଧିକୁ ସମ୍ପୂର୍ଣ୍ଣ ଚାକିରୀ କାଳରେ ମିଶାଇବା ପାଇଁ ସଂଘର ମହାସଚିବ ଉମେଶ ଚନ୍ଦ୍ର ନାୟକ ଦାବି କରିଛନ୍ତି। ପୁରୁଣା ପେନ୍‌ସନ୍ ଲାଗୁ କରିବା ଓ ବଦଳି ନୀତିରେ ସରଳୀକରଣ ପାଇଁ ସଂଘର ସାଧାରଣ ସମ୍ପାଦକ ଡଃ ଦେବେନ୍ଦ୍ର ନାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୀର୍ଘଦିନର ଦାବି ଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ସଂଗଠନର ସମ୍ପାଦକ କ୍ଷୀରୋଦ କୁମାର ସ୍ୱାଇଁ, ଉପସଭାପତି ଲଲାଟେନ୍ଦୁ ମହଲ, ମୁଖ୍ୟ ସଂଯୋଜକ ପ୍ରଦ୍ୟୁମ୍ନ ବାରିକ, ନିରଞ୍ଜନ ସାମଲ, କୋଷାଧ୍ୟକ୍ଷ ଅମୂଲ୍ୟ ଲେଙ୍କା, ଜିଲ୍ଲା ସଂଯୋଜକ ବସନ୍ତରାଜ ସାମଲ, ରଙ୍ଗାଧର ସାହୁ, ନୀଳକଣ୍ଠ ସୁନା, ସୁଶାନ୍ତ କୁମାର ପଣ୍ଡା, ଅରବିନ୍ଦ ଦାସ, ସରୋଜ କୁମାର ନିମାଇଁ, ପଦ୍ମଲୋଚନ ଦାସ, ପ୍ରମୋଦ କୁମାର ଦାସ, ସନ୍ତୋଷ କୁମାର ସାହୁ, ଭବାନୀ ଶଙ୍କର ପ୍ରଧାନ, ପ୍ରଭାତ ନିହାଣ, ଅଶୋକ ସାହୁ, ବିଷ୍ଣୁ ବାନାର୍ଜୀ, ସୁନୀତା ନାୟକ, ପ୍ରଶାନ୍ତ ମହଲ, ସ୍ନେହରଂଜନ ମାଝି, ପ୍ରଶାନ୍ତ ବାରିକ, ଗୋଲକ ବିହାରୀ ନାୟକ, ଅମର ଜେନା, ରଂଜନ ରଣା, କାଳନ୍ଦି ଜେନା, ନିର୍ମଳ ନାୟକ, ରମଣୀ ରଂଜନ ନାୟକ, ଶରତ ମହାନ୍ତି, ସାଗରିକା ଦାସ, ଅମିତ୍ ମିଶ୍ର, ଗୋଲକ ବାଗ, ଧିରେନ୍ଦ୍ର ସାହୁ, ସୌଭାଗ୍ୟ ଦାସ, ମଦନ ସାହୁ, ତପନ ନାୟକ, ଭୀମସେନ୍ ପରିଡ଼ା, ସୁମନ ନାୟକ, ଅମୂଲ୍ୟ ସାହୁ, କିଶୋର ମେହେର, ଅଲେଖ ବିଶ୍ୱାଳ, ମନସ୍ୱିନୀ ରାଉତ, ସବିତା ପାଣିଗ୍ରାହୀ, ଅର୍ଚ୍ଚନା ଜେନା, ଦେବେନ୍ଦ୍ର ଆଚାର୍ଯ୍ୟ, ଅନାଦି ନାୟକ, ପ୍ରଭାସ ବେଉରା, ନୃସିଂହ ଚରଣ ସାହୁ, ପୁଷ୍ପା ମହାନ୍ତି, ପ୍ରମୁଖ ଯୋଗଦେଇ ଉକ୍ତ ଦାବିଗୁଡ଼ିକ ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ସଂଘ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇ ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।