Odiapua.com

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସଂପୂର୍ଣ୍ଣ ସିଲ୍ ହେବ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର ୨୩-୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  : ଓଡ଼ିଶାକୁ ଏବେ ପଶ୍ଚିମବଙ୍ଗରୁ ଫେରୁଥିବା ଓଡ଼ିଆଙ୍କର ଚିନ୍ତା। କେବଳ ୫ ଦିନ ମଧ୍ୟରେ ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନୋଟି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଞ୍ଚିଛି। ପଶ୍ଚିମବଙ୍ଗ ଫେରନ୍ତାଙ୍କ କାରଣରୁ ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଛି। ଏହାର ପ୍ରତ୍ୟେକ୍ଷ ପ୍ରମାଣ ହେଉଛି ଗତ ଦୁଇଦିନ ଏବଂ ଆଜିର କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି। ତେବେ ଏହାକୁ ରୋକିବା ଲାଗି ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସଂପୂର୍ଣ୍ଣ ସିଲ୍ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ଯେଉଁସବୁ ସ୍ଥାନରେ ପଶ୍ଚିମବଙ୍ଗ ସହ ରାସ୍ତା ଯୋଗାଯୋଗ ରହିଛି ସେସବୁ ରାସ୍ତାକୁ ସଂପୂର୍ଣ୍ଣ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।