Odiapua.com

ଓଡ଼ିଶା ଡ୍ରାଇଭର ମହାସଂଘ ବୈଠକ

ଭଦ୍ରକ, ୧୪ା୧୨ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘ ଆଗରପଡ଼ା ଶାଖା ପକ୍ଷରୁ ଏକ ବୈଠକ ସ୍ଥାନୀୟ ମହତାବ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସଭାପତି ଦିଲ୍ଲିପ ସାହୁ,ସଂପାଦକ ପ୍ରଭାତ ଦାସ,ବ୍ଲକ ସଭାପତି ସୁନନ୍ଦ ପେରେଇ,ଜିବନ ଜ୍ୟୋତି ଚାନ୍ଦ ପ୍ରମୁଖ ଯୋଗ ଦେଇ ମହାସଂଘ ମାଧ୍ୟମରେ କାର୍ଯ୍ୟରତ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟା କୁ ସମାଧାନ କରିବା ପାଇଁ ଚେଷ୍ଟିତ ହେବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରାରମ୍ଭରେ ସଂଜୟ ପେଡ଼ି,କୁନୁରୁ ଦାଶ,ସମ୍ରାଟ ସିଂହ,ମାୟାଧର ଘଡ଼େଇ,ଜିତେନ୍ଦ୍ର ଜେନା,ଜିବନ ନାୟକ,ସୁଦର୍ଶନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭା ଯାତ୍ରା ମହତାବ ଛକ ଠାରୁ ବାହାରି ବଜାର ପରିକ୍ରମା କରାଯାଇଥିଲା ।