Odiapua.com

ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ରାଜ୍ୟ ସମ୍ମିଳନୀ ୨ୟ ଦିବସ, କୃଷି ଶ୍ରମିକ-କୃଷକମାନଙ୍କ ମିଳିତ ଆନ୍ଦୋଳନ ଦ୍ୱାରା ରାଜ୍ୟର ହୋଇପାରିବ ବିକାଶ – ହାନ୍ନାନ୍ ମୋଲ୍ଲା

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଠାରେ ସଂପ୍ରତ୍ତି ଓଡିଶା କ୍ଷେତମଜଦୁର ୟୁନିଅନ୍‌ର ଦୁଇ ଦିନିଆ ସାଂଗଠନିକ ରାଜ୍ୟ ସମ୍ମିଳନୀ ସମାପନ ହୋଇଛି । ଏହି ସମ୍ମିଳନୀର ଦ୍ୱିତୀୟ ଦିବସରେ ସଂସ୍କୃତି ଭବନ ପ୍ରକୋଷ୍ଠରେ ପ୍ରତିନିଧି ଅଧିବେଶନ ପୂର୍ବାହ୍ନ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ଘଟିକା ସମୟରେ ସଂଗଠନର ସର୍ବଭାରତୀୟ ଯୁଗ୍ମ ସଂପାଦକ କମ୍ରେଡ ତୁଷାର ଘୋଷଙ୍କ ଉଦ୍‌ଯାପନୀ ଅଭିଭାଷଣ ପରେ ଶେଷ ହୋଇଛି । ଦେଶରେ ସବୁଠାରୁ ଗରୀବ ରାଜ୍ୟ ଭାବେ ଓଡିଶା ଆଜି ପରିଗଣିତ ହୋଇଛି । ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୦୦ଦିନର କାମକୁ ମୋଦି ଓ ନବୀନ ବାବୁଙ୍କ ସରକାର ପ୍ରହେଳିକାରେ ପରିଣତ କରିଛନ୍ତି । ସର୍ବନିମ୍ନ ମଜୁରି ରାଜ୍ୟ ସରକାର ୩୩୩ଟଙ୍କା ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ସରକାର ମନରେଗାରେ ଶ୍ରମିକ ମାନଙ୍କର ଦୈନିକ ମଜୁରି ୨୨୨ଟଙ୍କା ସ୍ଥିର କରିଥିବାରୁ କ୍ଷେତ-ମଜଦୁର ଶ୍ରମିକ, ଭାଗଚାଷି ତଥା ଶ୍ରମଜୀବି ମଣିଷ ମାନଙ୍କ ଭିତରେ ନୈରାଶ୍ୟତା ଦେଖାଦେଇଛି । ଫଳରେ ଯୁବକମାନେ ଏପରିକି କୃଷିଶ୍ରମିକମାନେ କାମକରି ସେମାନଙ୍କ ପରିବାର ଚଳାଇବା ପାଇଁ ବାହାର ରାଜ୍ୟକୁ ଦାଦନ ହୋଇ ଖଟିବାକୁ ଯାଉଛନ୍ତି । କେରଳରେ ଦୈନିକ ମଜୁରି ୭୫୯ଟଙ୍କା ହୋଇଥିବା ସ୍ଥଳେ ଗୁଜୁରାଟରେ ଏହା ୨୪୫ଟଙ୍କା ମାତ୍ର । ମିଡିଆମାନେ ଏ ସତ୍ୟତାକୁ ପ୍ରକାଶ ନକରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ପୁଞ୍ଜିପତି ସପେକ୍ଷବାଦି ହୋଇ ଗୁଜୁରାଟ ମଡେଲ ଶାସନ ନାଁରେ ଜନଗଣଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ମାତ୍ର ଗୁଜୁରାଟ ମଡେଲର ଭିତିରି କଥା ହେଲା : ସଂପ୍ରଦାୟ ଓ ସଂପ୍ରଦାୟ ମଧ୍ୟରେ ଭାଇଚାରା ଭାଙ୍ଗି ଦଙ୍ଗା ତିଆରି କରି ସଂଖ୍ୟାଧିକ ହିନ୍ଦୁ ଭୋଟ ହାତେଇବା ।

ଆଜିକାର ପ୍ରତିନିଧି ଅଧିବେଶନରେ କ୍ଷେତମଜଦୁର ମାନଙ୍କର ସର୍ବଭାରତୀୟ ନେତା କମ୍ରେଡ ତୁଷାର ଘୋଷ ଏହା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଅଧିବେଶନରେ ରାଜ୍ୟ ସଭାପତି ହରିଶ୍ ସିଂ, ରାଜ୍ୟ ସଂପାଦକ ପ୍ରଫୁଲ୍ଲ ଭୋଇ, ଉପସଭାପତି ନିର୍ମଳ ନାୟକ, ଶିଶିରି ହୁଇ ଓ ଜ୍ୟୋତ୍ସ୍ନାରାଣୀ ନାୟକଙ୍କୁ ନେଇ ଏକ ସଭାପତି ମଣ୍ଡଳି ଦ୍ୱାରା ସମ୍ମିଳନୀର ପ୍ରତିନିଧି ଅଧିବେସନ ପରିଚାଳିତ ହୋଇଥିଲା । ସାରା ରାଜ୍ୟରୁ ପ୍ରାୟ ୧୫୦ଜଣ ପ୍ରତିନିଧି ଅଂଶଗ୍ରହଣ କରି କ୍ଷେତ ମଜଦୁର, ଭାଗଚାଷୀ ଓ ଶ୍ରମଜୀବୀ ମଣିଷଙ୍କର ସମସ୍ୟା ଏବଂ କୃଷକମାନଙ୍କର ଦୁର୍ଦ୍ଦଶା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ କ୍ଷେତମଜଦୁର-କୃଷକ-ଶ୍ରମିକମାନଙ୍କର ବୃହତର ଏକତା ଗଢ଼ିତୋଳି ଦୃଢ଼ ଓ ଲଗାତାର ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଆସନ୍ତା ତିନିବର୍ଷ ପାଇଁ ୩୧ଜଣିଆ ରାଜ୍ୟ କମିଟି ନିର୍ବାଚନ କରାଯାଇଥିଲା । ଏହି ନୂତନ କମିଟିରେ ବିକର୍ତନ କବି ସଭାପତି, ନିର୍ମଳ ନାୟକ ରାଜ୍ୟସଂପାଦକ, ଉପସଭାପତି ଭାବେ ଶିଶିର ହୁଇ, ହରିଶ୍‌ଚନ୍ଦ୍ର ସିଂ, ନିତ୍ୟାନନ୍ଦ ପରିଡା, ଯୁଗ୍ମ ସଂପାଦକ ଭାବେ ଗିରିଧାରୀ ନାଥ, ଦିପ୍ତିମାନ ଆଚାର୍ଯ୍ୟ, ପ୍ରଫୁଲ୍ଲ କୁମାର ଭୋଇ ଏବଂ ଜ୍ୟୋତ୍ସ୍ନାରାଣୀ ନାୟକ ନିର୍ବାଚିତ ହୋଇଛନ୍ତି । ଏହି ଅଧିବେଶନରେ ଅଭ୍ୟର୍ଥନା କମିଟି ପକ୍ଷରୁ ପ୍ରତିନିଧି ମାନଙ୍କୁ ଅଭ୍ୟର୍ଥନା କମିଟିର ସଂପାଦକ ସାଥୀ ପ୍ରଫୁଲ୍ଲ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇଦିନିଆ ସମ୍ମିଳନୀ କାର୍ଯ୍ୟକ୍ରମକୁ ଅଭ୍ୟର୍ଥନା କମିଟିର ସଭାପତି ଦିବ୍ୟସିଂହ ନାୟକ, ଉପସଭାପତି ରାଧା ଦାସ, ଚନ୍ଦ୍ରଶେଖର ନାୟକ, ନିରଞ୍ଜନା ପାଣି, ପ୍ରହ୍ଲାଦ ପତି, ବାମଦେବ ମିଶ୍ର, କାଳନ୍ଦୀ ପାତ୍ର, ଗୋଲକଚନ୍ଦ୍ର ମଲ୍ଲିକ, ଏସ.ଏମ ଫାରୁକ, ବରିଷ୍ଠ ଆଇନ୍‌ଜୀବୀ ନିରାକାର ଜେନା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ସେକ୍ କମର, ସେକ୍ ବାବୁ, ସେକ କାଲୁ, ଉଠା ଦୋକାନୀ ସଂଘର ନେତା ସେକ୍ ମିନାଜ୍‌, ଗୌରାଙ୍ଗ ଜେନା, ବିକାଶ ନାଥ, ଷ୍ଟାଲିନ୍ ଲେଙ୍କା ଓ ମଂଟୁ ମୁଣ୍ଡା ମାନେ ସ୍ୱେଚ୍ଛାସେବୀ ଭାବେ ଉପସ୍ଥିତ ରହି ସମ୍ମିଳନୀକୁ ସଫଳ କରାଇଥିଲେ ।