Odiapua.com

ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ବିକ୍ଷୋଭ

ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ପାର୍ଟଟାଇମ୍ କଳା ଶିକ୍ଷକ ଭାବେ ୭ ମାସରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟକରି ଆସୁଛନ୍ତି। ଦୀର୍ଘ ୧୦ ମାସ ଧରି କରୋନାର ଭୟାଭୟତାର ପରିସ୍ଥିତିରେ ମଧ୍ୟ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀମାନେ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ଆନ୍ତରିକତା ସହ ପାଳନ କରି ଆସିଛନ୍ତି। ଏପରିକି ସମସ୍ତ କାର୍ଯ୍ୟ ଆନ୍ତରିକତା ସହ ପାଳନ କରି ଆସିଛନ୍ତି। ଏପରିକି ରେଳ ଷ୍ଟେସନରେ ପ୍ରବାସୀମାନଙ୍କ ନାମ ପଞ୍ଜିକରଣ କରିବା, ଗାଁ-ଗାଁ ବୁଲି ସ୍ୱାସ୍ଥ୍ୟକର୍ମୀଙ୍କ ସହ ମିଶି ଜନଗଣନା ସୃଷ୍ଟି କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ସହଯୋଗ କରି ଆସିଛନ୍ତି। ହଜାର ହଜାର କଳାକାର ଓ କ୍ରୀଡ଼ାବିତ, କରୋନା ସମୟରେ ସେମାନଙ୍କ ଜୀବିକା ହରାଇ ବସିଛନ୍ତି। ବିଦ୍ୟାଳୟରେ ପାର୍ଟି ଟାଇମ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କୈାଣସି ସରକାରୀ ସହାୟତା, ସ୍ୱାସ୍ଥ୍ୟବୀମା ଓ ମୃତ୍ୟୁକାଳୀନ ସହାୟତା ମିଳୁନାହିଁ। କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମାସିକ ପାରିଶ୍ରମିକ ୫ ହଜାର ୪୫୨ ଟଙ୍କାରେ ପରିବାର ପ୍ରତିପୋଷଣ କରିବା କଷ୍ଟ ସାଧ୍ୟ ହେଉଛି। କରୋନା ବିପର୍ଯ୍ୟୟ ଯୋଗୁଁ ବିଦ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା, ପାର୍ଟ ଟାଇମ କଳା ଓ କ୍ରିଡ଼ା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବ୍ୟକ୍ତଗତ କାରଣ ନୁହେଁ। ବିଦ୍ୟାଳୟଗୁଡ଼ିକରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି ପାଚିକା ସମସ୍ତେ ବେତନ ପାଉଛନ୍ତି। କିନ୍ତୁ ଆମମାନଙ୍କର ପାରିଶ୍ରମିକ ମିଳିପାହେର ଅନିଶ୍ଚିତତା ସୃଷ୍ଟି ହୋଇଛି। ଆମ୍ଭେମାନେ ବାରମ୍ବାର ପ୍ରକଳ୍ପ ସଂଯୋଜକଙ୍କୁ ସାକ୍ଷାତକାର ସମସ୍ତ ଦୁଃଖ ଜଣାଇବା ସତ୍ୱେ କୈାଣସି ସୁଫଳ ପାଇନାହିଁ। ଏଣୁ ବିନୀତ ଅନୁରୋଧ କରୁକି ସମସ୍ତ ପାର୍ଟଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମେ ମାସ ଠାରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସ୍ୱଭାବିକ ଭାବେ ଖୋଲିବା ପର୍ଯ୍ୟନ୍ତ ପୂର୍ଣ୍ଣ ପାରିଶ୍ରମିକ ପ୍ରଦାନ କରିବା ଦାବି କରି ଟାଉନ ହଲ ଛକ ଠାରୁ ଶିକ୍ଷକମାନେ ଏକ ର‌୍ୟାଲିରେ ଯାଇ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକକୁ ଦାବିପତ୍ର ପ୍ରଦାନ ପରିଥିଲେ। ଏହି ବିକ୍ଷୋଭରେ ଦିନେଶ ମାଝି, ଜଗନ୍ନାଥ ମିଶ୍ର, ଲକ୍ଷ୍ମୀପ୍ରିୟା ସେଠୀ, ସୁବିତ କୁମାର ଦାସ, ପ୍ରଗତି ମହାପାତ୍ର, ପ୍ରିୟଙ୍କା ସ୍ୱାଇଁ, ସ୍ୱନନ୍ଦକାନ୍ତ ବିଶ୍ୱାଳ, ଅଜୟ କୁମାର ପ୍ରଧାନ, ଲକ୍ଷ୍ମୀପ୍ରିୟା ମାନସିଂହ, କୈାଳାସ ମହାପାତ୍ର, ସୁଜିତ ପଟ୍ଟନାୟକଙ୍କ ସମେତ ଶତାଧିକ ଏଥିରେ ସାମିଲ ଥିଲେ।