Odiapua.com

ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଏ ଚେଲା କୁମାରଙ୍କୁ ଓଡ଼ିଶାରେ ସମ୍ବର୍ଦ୍ଧନା

ଭୁବନେଶ୍ୱର ୭-୧୦ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଂଗଠନିକ ଦାୟିତ୍ୱ ତୁଲାଇବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ନବନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଏ ଚେଲା କୁମର ୬ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି ପହଂଚିଛନ୍ତି। ଆଜି କଂଗ୍ରେସ ଭବନ ପରିସରରେ ଡଃ ଚେଲା କୁମାରଙ୍କୁ ସ୍ୱାଗତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଖିଳ ଭାରତ କଂଗ୍ରେସ କମିଟିର ସଦସ୍ୟ ତଥା ଗୋଆ-ମଣିପୁର ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପୁର୍ବତନ ସାଂସଦ ତଥା ପ୍ରାକ୍ତନ ତେଲୋଙ୍ଗାନା ପ୍ରଭାରୀ ରାମଚନ୍ଦ୍ର ଖୁଂଟିଆ, ସାଂସଦ ସପ୍ତଗିରୀ ଉଲ୍ଲାକା, ବିଧାୟକ ସୁରେଶ କୁମାର ରାଉତରା, ତାରା ବାହିନୀ ପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ସମେତ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଏହି ସଭାରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସର ସାଂଗଠନିକ ପରିସ୍ଥିତି ଅନୁଧ୍ୟାନ କରି ଯଥାଶୀଘ୍ର କମିଟି ପୁନଃଗଠନ କରିବାକୁ ଡଃ ଚେଲା କୁମାରଙ୍କୁ ଅନୁରୋଧ କରିବା ସହ ଭବିଷ୍ୟତରେ କଂଗ୍ରେସ ସଂଗଠନ କିପରି ସୁଦୃଢ଼ ହେବ ସେ ବିଷୟରେ ନେତୃବର୍ଗ ଆଲୋକପାତ କରିଥିଲେ। ଡଃ ଚେଲା କୁମାରଙ୍କ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତାର ସ୍ୱରୂପ ପ୍ରାକ୍ତନ ବିଧାୟକ ଓ ଅଧୁନା ସାଂସଦ ହୋଇଥିବା ବେଳେ ଓଡ଼ିଶାର ସାଂଗଠନିକ ବିର୍ପର୍ଯ୍ୟସ୍ତକୁ ସୁଧାରି ଆଗାମୀ ୨୦୨୪ରେ କଂଗ୍ରେସ ସରକାର ପ୍ରତିଷ୍ଠା କରିବା ପାଇଁ ନିଶ୍ଚିତ ଭାବେ ସକ୍ଷମ ହେବେ ବୋଲି ନେତୃବର୍ଗ ଆଶା ପ୍ରକଟ କରିଥିଲେ। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ବିଗତ ଦିନ ମାନଙ୍କରେ କଂଗ୍ରେସର ସାଂଗଠନିକ ପରିସ୍ଥିତି ଏବଂ ଗତ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ବିଷୟରେ ଡଃ ଚେଲା କୁମାରଙ୍କ ପାଖରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ କଂଗ୍ରେସ ଦଳକୁ ସମସ୍ତ ନେତୃବୃନ୍ଦ ଓ କର୍ମୀମାନେ ଏକଜୁଟ ହୋଇ ଚେଷ୍ଟାକଲେ ଆଗାମୀ ଦିନରେ ନିଶ୍ଚିତ ଭାବେ କଂଗ୍ରେସ ଏକ ଦୃଢ଼ ସଂଗଠନ ଠିଆହୋଇ ଭ୍ରଷ୍ଟଚାରୀ ସରକାରଙ୍କୁ ପରାସ୍ତ କରିପାରିବ ବୋଲି ମତପ୍ରକାଶ କରିଥିଲେ। କଂଗ୍ରେସ ଦଳ ଆଜି ଦିନରେ ମଧ୍ୟ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ନେଇ ବଳିଷ୍ଠ ହୋଇ ଓଡ଼ିଶାରେ ଅଛି ଏବଂ ଭବିଷ୍ୟତରେ ରହିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। କଂଗ୍ରେସକୁ ଆଗେଇ ନେବାପାଇଁ ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କୁ ଦେଶରେ ପ୍ରଧାନ ମନ୍ତ୍ରୀ କରିବାକୁ ହେଲେ କିଏ ପିସିସି ସଭାପତି ହେବ ସେ ନେଇ ଚିନ୍ତା ନକରି କଂଗ୍ରେସ ସଂଗଠନ କିପରି ମଜବୁତ ହେବ କଂଗ୍ରେସର ନେତା ଓ କର୍ମୀଙ୍କୁ ଡଃ ଚେଲା କୁମାର ଆହ୍ୱାନ ଦେଇଥିଲେ। କଂଗ୍ରେସର ନେତୃବର୍ଗ ନିଜ ନିଜ ଭିତରେ ମତପାର୍ଥକ୍ୟକୁ ଭୁଲି ଏକଜୁଟ ହୋଇ କାମକଲେ ରାଜ୍ୟରେ ଓ ଦେଶରେ କଂଗ୍ରେସ ଶାସନକ ଫେରିପାଇବ ବୋଲି ଡଃ ଚେଲା କୁମାର ତାଙ୍କ ବକ୍ତବ୍ୟରେ କହିଛନ୍ତି। ଓଡ଼ିଶାର ସଂଗଠନକୁ ସୁଦୃଢ଼ କରିବା ପାଇଁ ସକ୍ରିୟତାର ସହ ଅପୂର୍ବ ସୁଯୋଗକୁ ସଠିକ୍ ରୂପେ ନିର୍ବାହନ କରିବାର ଉପଯୁକ୍ତ ସମୟ ହାତରେ ଥିବାରୁ ରାଜ୍ୟରେ କ୍ଷମତା ପାଇଁ ନିସ୍ୱାର୍ଥପୁର ନିରନ୍ତର ସେବା ଏକ ମାତ୍ର ମାଧ୍ୟମ ବୋଲି ଓଡ଼ିଶା ପ୍ରଭାରୀ ଡଃ ଏ ଚେଲାକୁମାର ତାଙ୍କ ଭାଷଣରେ କହିଥିଲେ। ପିସିସି ପକ୍ଷରୁ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଗିରିବାଳା ବେହେରା ଜଗନ୍ନାଥଙ୍କ ଏକ ପ୍ରତିମୂର୍ତି ଭେଟିଦେଇଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସାଇବାବାଙ୍କ ଫଟୋଚିତ୍ର ଡଃ ଏ ଚେଲା କୁମାରଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରିଥିଲେ। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଦଳର ପ୍ରାକ୍ତନ ମନ୍ତ୍ରୀ, ସାଂସଦ, ବିଧାୟକ ଓ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ଗଣ ବିଧାୟକ ଓ ସାଂସଦ ପ୍ରାର୍ଥୀ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର କାର୍ଯ୍ୟକର୍ତାମାନେ କୋଭିଡଃ୧୯ର ନିୟମ ଅନୁସାରେ କାର୍ଯକ୍ରମରେ ଯୋଗଦେଇ ସମ୍ବର୍ଦ୍ଧନା ସଭାକୁ ସାଫଲ୍ୟ କରିଥିଲେ। ଅପରାହ୍ନରେ ବରିଷ୍ଠ ନେତୃବୃନ୍ଦଙ୍କୁ ଗୋଟି ଗୋଟି କରି ଭେଟିବା ସଂଗଠନକୁ ସକ୍ରିୟ ଓ ସୁଦୃଢ଼ କରିବାକୁ ବିଚାର ବିମର୍ଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ବାସଭବରେ ବିଧାୟକ ମାନଙ୍କୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକରେ ଡଃ କୁମାର ଯୋଗଦେଇ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଦୀର୍ଘ ୧ଘଂଟାରୁ ଉର୍ଦ୍ଧ ସମୟ ଧରି ଆଲୋକପାତ କରିଥିଲେ ବୋଲି ଆଜିର ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଜଣାଇଛନ୍ତି।