Odiapua.com

ଓଡ଼ିଶା ଓଏସ୍‌ଏସ୍‌ସି ବିଭାଗରେ ହୋଇଥିବା ଲାଞ୍ଚ କାରବାରକୁ ବିରୋଧ, ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ହୋଇଥିବା ଲାଞ୍ଚ କାରବାର ଏବଂ ବିଜେଡି ୫-ଟି ଶାସନର ଦୁର୍ନୀତି ବିରୋଧରେ ଆଜି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ଆହ୍ୱାନ କ୍ରମେ ଭଦ୍ରକ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସହରର ବନ୍ତଛକ ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଭଦ୍ରକ ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠାଙ୍କ ନେତୃତ୍ୱରେ ଓରିୟନ୍ ହୋଟେଲରୁ ଏକ ପଦଯାତ୍ରା ବାହାରି ବନ୍ତଛକ ଠାରେ ପହଞ୍ôଚବା ପରେ ଶାସକ ଦଳ ବିରୁଦ୍ଧରେ ବକ୍ତାମାନେ ରଣହୁକାଂର ଦେଇଥିଲେ । ଏବଂ ଆଗାମୀ ଦିନରେ ତିହିଡି ଘଟଣାର ପୁନରାବୃତ୍ତି ହେଲେ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବକ୍ତାମାନେ ଚେତାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ଯୁବନେତାଙ୍କ ସହ ରାଜ୍ୟସ୍ତରୀୟ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ ।