Odiapua.com

ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ର ପରଲୋକ

ଭୁବନେଶ୍ୱର ୩୧-୧୨ (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ର ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।

ଚଳଚିତ୍ର ଡୋରା, ସୂର୍ଯ୍ୟମୁଖୀ, ଚିଲିକା ତୀରେ, ପ୍ରିୟତମା, ଅରୁନ୍ଧତୀ, ଅଗ୍ନିପରୀକ୍ଷା ଆଦି ଅନେକ ଓଡ଼ିଆ ଚଳଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ସେ ନିମୋନିଆରେ ପୀଡ଼ିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ବୋଲି ଜଣାପଡ଼ିଛି।

ଶାନ୍ତନୁ ମହାପାତ୍ର କେବଳ ଓଡ଼ିଆରେ ନୁହେଁ ସେ, ଏପରିକି ସେ ହିନ୍ଦୀ, ବଙ୍ଗାଳୀ, ଆସାମୀ, ତେଲୁଗୁ ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।