Odiapua.com

ଓଡ଼ିଶାର ପ୍ରଥମ ଥର ପାଇଁ ଶ୍ରୀଜଗନ୍ନାଥ ସର୍ଭିସ ଷ୍ଟେସନ ଆରମ୍ଭ କଲା ଇ- ବାଉଜର

ବାହାନଗା,୨୩ା୧୦(ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ସ୍ଥିତ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶ୍ରୀ ଜଗନ୍ନାଥ ସର୍ଭିସ ଷ୍ଟେସନରେ ଜିଜେଲ ଡୋର ଡେଲିଭରି ବ୍ୟବସ୍ଥା ବା ଇ -ବାଉଜର ସିଷ୍ଟମ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ ଏଚପିସିଲର ସିଜିଏମଏସ ଏସ ହରିପ୍ରସାଦ ଯୋଗ ଦେଇ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଓଡ଼ିଶା ରିଜିଓନର ଡିଜିଏମ ଅଭୟ ଦାସ, ବାଲେଶ୍ୱର ଏଏସଏମ ମନୋଜ ମଣ୍ଡଳ, ଡିପୋ ମ୍ୟାନେଜର ଗୁରୁବଚନ ସିଂ, ଶ୍ରୀ ଜଗନ୍ନାଥ ସର୍ଭିସ ଷ୍ଟେସନର ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀ ନାରାରୟଣ ମହାନ୍ତିଙ୍କ ସମେତ ଜିଲ୍ଲା ଏଚପିସିଏ ପ୍ରେଟ୍ରୋଲ ପମ୍ପର ମାଲିକ ମାନେ ଏଥିରେ ଉପସ୍ଥିତ ଥିଲେ । “ଫୁଏଲଏସ ଡୋର” ଡିଜିଟାଲ ଆପ ମାଧ୍ୟମରେ ଗ୍ରାହକଙ୍କ ଅର୍ଡ଼ର ମୁତାବକ କମ୍ପାନୀ ପକ୍ଷରୁ ସେମାନଙ୍କ ଘରେ ଘରେ ଡିଜେଲ ପହଞ୍ଚାଇବ ବୋଲି ଏଚପିସିଏକମ୍ପାନୀର ଅଧିକାରୀ ମାନେ ସୂଚନା ଦେଇଛନ୍ତି । ,ଥିରେ ସର୍ବ ନିମ୍ନ ୨ଶହ ଲିଟର ଡିଜେଲରୁ ୬ଶହ ଲିଟର ପର୍ଯ୍ୟନ୍ତ ଗ୍ରାହକ ଅର୍ଡ଼ର କରି ପାରିବେ । ତା ସହ ଗ୍ରାହକ ସଜନ ଓ ମାନ ପରୀକ୍ଷା କରି ପାରିବେ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଗ୍ରାହକ ଭାବେ ବଳରାମଗଡ଼ିର ଟ୍ରକ ମାଲିକ ସୁକାନ୍ତି ଦାସ ୬ଶହ ଡିଜେଲ କିଣି ଥିବାର ଜଣାପଡ଼ିଛି ।